News
lipub
samparksetu

ଢେଙ୍କାନାଳ ଲକ୍ଷ୍ମୀ ପୂଜା

ସହରରେ ଆମ ଶୁଭିଲାଣି ଶଙ୍ଖ
ବାଜିଲାଣି ଢ଼ୋଲ ବାଜା,
ବହୁ ଦିନ ପରେ ଆସିଛି ଆଜି ଏ
ଢ଼େଙ୍କାନାଳ ଲକ୍ଷ୍ମୀ ପୂଜା ll

ଚାନ୍ଦି ମେଢ଼ ସାଥେ ସୁନାର ମୁକୁଟ
ପାଲଟିଛି ଆକର୍ଷଣ,
ଦେଖିବା ପାଇଁ କି ଗଜଲକ୍ଷ୍ମୀ ପୂଜା
ଶିହରିତ ମନ ପ୍ରାଣ ll

ଆଲୋକ ସଜ୍ଜାକୁ ସୁଉଚ୍ଚ ତୋରଣ
ଦିଶେ କେଡେ ମନଲୋଭା,
ସତେ କି ସରଗ ଦେଇଛି ବଢ଼ାଇ
ଢ଼େଙ୍କାନାଳ ମାଟି ଶୋଭା ll

ଜାତୀୟ ସ୍ତରର ହସ୍ତ ତନ୍ତ ମେଳା
ପଡ଼ିଅଛି କ୍ରୀଡ଼ାଙ୍ଗନେ,
ତା ସାଙ୍ଗକୁ ପୁଣି ଭଜନର ସଂନ୍ଧ୍ୟା
ଭକ୍ତି ସଂଚାରଇ ମନେ ll

ଭଳିକି ଭଳିର ଦୋକାନ ବସିଛି
ଲାଗିଅଛି କେତେ ଦୋଳି,
ଦେଖିବାକୁ ଯାତ୍ରା ଆସିଛନ୍ତି ସବୁ
ସାଙ୍ଗସାଥି ହୋଇ ମେଳି ll

ଗୁପଚୁପ ଚାଟ ମିଠା ଖାଇବାକୁ
ଲାଗିଛି ସଭିଙ୍କ ଧାଡ଼ି,
ସୁରକ୍ଷା ଲାଗି ପୁଲିସ ଭାଇମାନେ
ବସିଛନ୍ତି ଧରି ବାଡ଼ି ll

ଏଗାର ଦିନ ମା ହୋଇବେ ପୂଜନ
ଲକ୍ଷ ଜନ ସମାଗମ,
ହୁଅଇ ଯେହିନ ପ୍ରସିଦ୍ଧ ଯାତରା
ଢ଼େଙ୍କାନାଳ ତାର ନାମ ll

ସାଗର ନନ୍ଦିନୀ ଧନଦାତ୍ରୀ ମାତା
ମାଗୁଛି ଆଶିଷ ଭିକ୍ଷା,
ସୌଭାଗ୍ୟ ସୁଖ୍ୟାତି ଦିଅ ମା ଅଜାଡ଼ି
ବିପଦୁ କର ଗୋ ରକ୍ଷା ll

✍️ ପ୍ରିୟବ୍ରତ ପରିଡ଼ା

new life
You might also like
error: Content is protected !!