News
lipub
samparksetu

ଇ-ଶ୍ରମ କାର୍ଡ ଓ ହେଲଥ୍ କାର୍ଡ ଆଳରେ ସାଧାରଣ ଲୋକଙ୍କୁ ଠକିବା

ଢେ଼ଙ୍କାନାଳ ଇ-ଶ୍ରମ କାର୍ଡ ଓ ହେଲଥ୍ କାର୍ଡ ଆଳରେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି କିଛି ଅସାଧୁ ବ୍ୟକ୍ତି। କରୋନା ଭଳି ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଇ-ଶ୍ରମ କାର୍ଡ ଆଳରେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି l

ଯାହାକି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି। ନିୟମ ଅନୁଯାୟୀ ଇ-ଶ୍ରମ ପଞ୍ଜିକରଣ ଦାୟିତ୍ବ ଜନସେବା କେନ୍ଦ୍ର ମାନଙ୍କୁ ଦିଆଯାଇଥିବା ବେଳେ ପ୍ରତି କାର୍ଡ ପିଛା ସରକାରଙ୍କ ତରଫରୁ ୧୬ ଟଙ୍କା ଲେଖାଏଁ ସହଜ ଜନସେବା କେନ୍ଦ୍ର ମାନଙ୍କୁ ମିଳୁଥିବା ସମୟରେ ସାଧାରଣ ଲୋକଙ୍କୁ କୋୖଣସି ଦେୟ ଦେବାକୁ ପଡ଼ିବ ନାହିଁ।

ଢେଙ୍କାନାଳ ଜିଲ୍ଲା ବିଭିନ୍ନ ବ୍ଲକରେ କମ୍ପ୍ୟୁଟର ଦୋକାନୀମାନେ ସାଧାରଣ ଲୋକଙ୍କଠାରୁ କାର୍ଡ କରିଦେବା ନାଁ ରେ ଅସାଧୁ ଉପାୟରେ ପ୍ରତି କାର୍ଡ ପିଛା ୧୦୦ ରୁ ୨୫୦ ଟଙ୍କା ଲେଖାଏଁ ଠକି ନେଉଛନ୍ତି। କେବଳ ଯେ କାର୍ଡ ପାଇଁ ଟଙ୍କା ନେଉଛନ୍ତି ତାହା ନୁହେଁ, ତୃଟିପୂର୍ଣ୍ଣ ପଞ୍ଜିକରଣ ମଧ୍ୟ କରୁଛନ୍ତି ଯାହା ଦ୍ଵାରା ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହେବନାହିଁ। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ।

new life
You might also like
error: Content is protected !!