News
lipub
samparksetu

ବିଦ୍ୟାଳୟ ପୋଷାକ ବଣ୍ଟନକୁ ନେଇ ଅସନ୍ତୋଷ ;ଏସଏସଜି ଗ୍ରୁପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଅଁଳାବେରେଣୀ ସିଲେଇ ଗ୍ରୁପ ତରଫରୁ ପ୍ରାକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସିଡିପିଓଙ୍କ ଜରିଆରେ ପୋଷାକ ଯୋଗାଇ ଦେଇଥାନ୍ତି ।ଚଳିତ
ବର୍ଷ ଏହି ପୋଷାକ ପ୍ରସ୍ତୁତ ଓ ଯୋଗାଣ ପାଇଁ ଗୋଷ୍ଠିକୁ ଆଦେଇ ଦିଆଯାଇନଥିବାରୁ ଗ୍ରୁପର ସଦସ୍ୟମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ଅଁଳାବେରେଣୀ ସିଲେଇ ଗ୍ରୁପର ସଦସ୍ୟ ମାନେ ସ୍କିଲ ଇଣ୍ଡିଆରେ ତାଲିମ ନେବା ସହିତ ବିଜୟଲକ୍ଷ୍ମୀ ଗ୍ରୁପ ସହିତ ସାମିଲ ହୋଇ ବିଭିନ୍ନ ପୋଷାକ ପ୍ରସ୍ତୁତ କରିବା ସହିତ ଦୁଇ ବର୍ଷ ଧରି ବିଜୟାଲକ୍ଷ୍ମୀ ଗୋଷ୍ଠି ଜରିଆରେ ପ୍ରାକ୍ ବିଦ୍ୟାଳୟ ବା ଅଙ୍ଗନୱାଡି କୁ ପୋଷାକ ଯୋଗାଇ ଦେଉଥିଲେ ।

ଚଳିତ ବର୍ଷ ବିଜୟାଲକ୍ଷ୍ମୀ ଏବଂ ଅଁଳାବେରେଣୀ ସିଲେଇ ଗ୍ରୁପ ତରଫରୁ ପୋଷାକ ଯୋଗାଇ ଦେବା ପାଇଁ ଆବେଦନ କରିଥିଲେ ।
କିନ୍ତୁ ସିଡିପିଓ ବର୍ତ୍ତମାନ ସୁଦ୍ଧା କୌଣସି ଆଦେଶ ଦେଇ ନଥିବାବେଳେ ଉତ୍ପାଦକ ସଙ୍ଘକୁ ୬ଟି ସେକ୍ଟର ଦେବା ସହିତ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ପୋଷାକ କିଣିବା ପାଇଁ ପରାମର୍ଶ ଦେଇଛନ୍ତି ।ଏହାକୁ ନେଇ
ଅସନ୍ତୋଷ ଦେଖାଦେବା ସହିତ ସେମାନଙ୍କୁ ପୋଷାକ ତିଆରି କରିବାକୁ ଆଦେଶ ଦେବାକୁ ନିବେଦନ କରିଛନ୍ତି । ଏ ସଂକ୍ରାନ୍ତରେ ସଭାପତି ସ୍ମିତା ବିଶ୍ୱାଳ ଏବଂ ସମ୍ପାଦିକା ରୋଜାଲିନ ସାହୁ ଙ୍କ ସହିତ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!