News
lipub
samparksetu

ଆହ୍ୱାନ

ବୟସର  ଅପରାନହେ
          କରେ  ମୁଁ ଯେ ଆରୋହଣ !!
ପଶ୍ଚିମ  ଆକାଶେ ଶୁଭେ
             କିଟିମିଟି ଅନ୍ଧାରର  ଆହ୍ୱାନ !
ଫେରିଆସ  ପଶ୍ଚାଧାବନ  କରି
                ନକରି ଅନୁଶୋଚନା  !!
ବିତାଇବା ମରୁ  ଦ୍ଵିପେ
             ପୀରତି  ମୂର୍ଚ୍ଛନା !!
ଯୌବନର  ଢ଼େଉ  କୂଳଖାଉଥିଲା
           ଧୋକାର  ତରଣୀ  ବାହି !!
ନିବିଡ ପ୍ରେମର  ପ୍ରତାରଣାଛବି
            ହୃଦରେ  ଆଙ୍କିଲୁ ତୁହି !!
ହରାଇବାର  ଅନ୍ତିମ ଫର୍ଦ
       ଲୁହ ବରଷାରେ  ଭିଜି !!
ନିମିଷକେ  ଦେଖ  ସନ୍ଦେହର  ବହ୍ନି
          ପଡିଛି  କୂଳ  ଆଉଜି !!
ଅସ୍ତଦିବାକରେ ଆହ୍ୱାନ କରୁଛ
           ଗୋଧୂଳି  ସ୍ଥିର ଲଗନେ  !!
ଅଫେରନ୍ତା  ପକ୍ଷୀ  ଚିଲିକା  ସନ୍ଧାନେ
         ବସନ୍ତର  ଆଗମନେ  !!

         ✍🏼 ସୂର୍ଯ୍ୟ ନାୟକ

new life
You might also like
error: Content is protected !!