News
WhatsApp Image 2023-10-04 at 17.25.00
samparksetu

୨ ଦିନିଆ ଉଇକିମାନିଆ ମେଳଣ ଉଦ୍‌ଘାଟିତ

ଭୁବନେଶ୍ୱରରେ ଆଜି ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଉଇକିମାନିଆ, ଭୁବନେଶ୍ୱର ମେଳଣ ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳଣରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଓ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ମାନବପ୍ରୀତ୍ କୌର୍ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ ।

ଉକ୍ତ ମେଳଣରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିମାନେ ଯୋଗ ଦେଇ ଓଡ଼ିଆ ଉଇକିପିଡ଼ିଆ ଜରିଆରେ ଓଡ଼ିଆ ଭାଷା ତଥା ସଂସ୍କୃତି ଲୋକଲୋଚନକୁ ଆଣିବା ସହିତ ସାନ୍ତାଳୀ ଉଇକିଆଳିଙ୍କ ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରିବା ସହିତ ଉଇକିମିଡ଼ିଆ ଫାଉଣ୍ଡେସନ୍ ପରିଚାଳିତ ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ଏହି ମେଳଣ ଦୁଇଦିନ ଧରି ଚାଲିବ ।

new life
You might also like
error: Content is protected !!