News
lipub
samparksetu

ଢେଙ୍କାନାଳରେ ଚତୁର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କାର୍ଯ୍ୟକାରିଣୀ ବୈଠକ

ଆଜି ଅପରାହ୍ନ ୫ ଘଟିକା ସମୟରେ ସ୍ଥାନୀୟ ହୋଟେଲ୍ ଆର୍‌.କେ.ରେଜେନ୍ସି ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଜିଲ୍ଲା ତୀରନ୍ଦାଜ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଢେଙ୍କାନାଳ ତୀରନ୍ଦାଜ ସଂଘ ସଂପାଦକ ଅମୀୟ କୁମାର ଚାନ୍ଦ, ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ ଡିସେମ୍ବର ମାସରେ ଢେଙ୍କାନାଳ ଜିଲ୍ଲାରେ ଚତୁର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ କରାଯିବାକୁ ଓଡିଶା ରାଜ୍ୟ ତୀରନ୍ଦାଜ ସଂଘ ସଦୟ ସ୍ୱୀକୃତି ପ୍ରଦାନ କରିଥିବାର ସୂଚନା ପ୍ରଦାନ କରିଥିଲେ ।

ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ସଫଳ ଆୟୋଜନ ନିମନ୍ତେ, ସେ କର୍ତକର୍ତାମାନଙ୍କର ସହଯୋଗ କାମନା କରିଥିଲେ । ଉକ୍ତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ତିନିଶହ ତୀରନ୍ଦାଜ ପ୍ରତିଯୋଗୀ, ୧୦୦ରୁ ଉର୍ଦ୍ଧ୍ୱ ରାଜ୍ୟ କର୍ମକର୍ତା, ପ୍ରଶିକ୍ଷକ, ରେଫରୀ ଯୋଗଦାନ କରୁଥିବାରୁ, ଏହି ସମ୍ମାନ ଜନକ ଅଲମ୍ପିକ୍ କ୍ରୀଡା ପ୍ରତିଯୋଗିତାର ସର୍ବ ସଫଳତା ନିମନ୍ତେ ଢେଙ୍କାନାଳ ଜିଲ୍ଲାପାଳ, ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ଗଣ, ପୌରାଧ୍ୟକ୍ଷା, ବିଭିନ୍ନ ସଂଗଠନର ମୁଖ୍ୟମାନଙ୍କୁ ନେଇ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇ କାର୍ଯ୍ୟାନୂୟନ କରାଯିବାକୁ ସଂଘ ଉପସଭାପତି ରୋଟାରିଆନ୍ ରାଜ କିଶୋର ବେହେରା ପ୍ରସ୍ତାବ ଦେଇଥିଲେ ।

ପରିଶେଷରେ ସଂଘର ଉପସଭାପତି ସରୋଜ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଭାସିନୀ ମହାଖୁଡ, ଟଙ୍କଧର ବେହେରା, ଅଚ୍ୟୁତାନନ୍ଦ ସାହୁ, ରାମକୃଷ୍ଣ ବେହେରା, କୃଷ୍ଣଚନ୍ଦ୍ର ଦ୍ୱିବେଦୀ, ପ୍ରକାଶ ଚନ୍ଦ୍ର ପତି, ରାଜେନ୍ଦ୍ର ନାରାୟଣ ରାଉତ ପ୍ରମୁଖ ସଂଘର କର୍ମକର୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

new life
You might also like
error: Content is protected !!