News
lipub
samparksetu

ବ୍ଲକ୍ ସ୍ତରୀୟ ଆକାଉଣ୍ଟାଣ୍ଟ କମ୍ ସପୋର୍ଟ ଷ୍ଟାଫ ଏବଂ ଏମ୍ ଆଇ ଏସ କମ ପ୍ଳାନିଙ୍ଗ କୋଅର୍ଡିନେଟର ମାନଙ୍କର ଗଣ ଧାରଣା

ଆକାଉଣ୍ଟାଣ୍ଟ କମ ସପୋର୍ଟ ଷ୍ଟାଫ ଏବଂ ଏମ୍ ଆଇ ଏସ କମ ପ୍ଳାନିଙ୍ଗ କୋଅର୍ଡିନେଟର ମାନଙ୍କର ମିଳିତ ରାଜ୍ୟ ସଂଘର ଆହ୍ବାନକ୍ରମେ ଚଳିତ ମାସ ୨୯ ତାରିଖ ଠାରୁ ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆଯିବ ବୋଲି ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ଗତ ୨୨ ତାରିଖରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ଚେତାବନୀ ଦିଆଯାଇଛି।

ଢେଙ୍କାନାଳ ଜିଲ୍ଲାର ସମସ୍ତ ୮ ଗୋଟି ବ୍ଲକ୍ ରେ କାର୍ଯ୍ୟରତ ସମଗ୍ର ଶିକ୍ଷାର କର୍ମକର୍ତ୍ତା ମାନେ ଏହି ଗଣ ଧାରଣା ସମ୍ପର୍କିତ ଏକ ସ୍ମାରକ ପତ୍ର ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନିତା ସେନାପତିଙ୍କୁ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ଆକାଉଣ୍ଟାଣ୍ଟ କମ ସପୋର୍ଟ ଷ୍ଟାଫ ଏବଂ ଏମ୍ ଆଇ ଏସ କମ ପ୍ଳାନିଙ୍ଗ କୋଅର୍ଡିନେଟର ମାନେ ଦୀର୍ଘ ୧୨ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ସ୍ୱଳ୍ପ ବେତନରେ ନିଷ୍ଠାର ସହିତ ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ସରକାର ସ୍ଥାୟୀ ନିଯୁକ୍ତି ନ କରି ଠିକା କର୍ମଚାରୀ ଭାବେ ସ୍ୱଳ୍ପ ଦରମା ଦେଇ କାମ କରାଉଛନ୍ତି। ଉକ୍ତ କର୍ମଚାରୀ ମାନଙ୍କୁ ଉପଯୁକ୍ତ ମାସିକ ବେତନ ଏବଂ ସ୍ଥାୟୀ କରା ନଗଲେ ଚଳିତ ମାସ ୨୯ ତାରିଖ ଠାରୁ କାର୍ଯ୍ୟ ବନ୍ଦ ଓ ଫେବୃଆରୀ ୧ ଠାରୁ ଗଣ ଧାରଣା ଦେବାପାଇଁ ସୂଚନା ପ୍ରଦାନ କରିଛନ୍ତି l

new life
You might also like
error: Content is protected !!