News
lipub
samparksetu

ପୋଷା କୁକୁର ଓ ଛେଳି କୁ ଧରି ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଲୋକେ

ଗୋଟିଏ ପଟେ ପଶୁ ଚିକିତ୍ସକ କର୍ମଚାରୀ ଧାରଣା ରେ ବସିଥିବା ବେଳେ ଅନ୍ୟପଟେ ପୋଷା କୁକୁର ଓ ଛେଳି କୁ ଧରି ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ଥାନୀୟ ଲୋକେ।ଏଭଳି ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ରେ ।ଗତ କିଛିଦିନ ହେବ ଢେ଼ଙ୍କାନାଳ ପଶୁ ଚିକିତ୍ସକ ବିଭାଗ ର କର୍ମଚାରୀ ମାନେ ଆନ୍ଦୋଳନ ରେ ଅଛନ୍ତି।

ଯାହାକୁ ନେଇ ପୋଷା ପଶୁ ଙ୍କ ଚିକିତ୍ସା ହୋଇ ପାରୁନାହିଁ।ଶୀତଦିନ ଥିବାରୁ ବିଶେଷ କରି ପଶୁ ମାନଙ୍କ ଚର୍ମ ରୋଗ ବାହାରିବା ସହିତ ଅନ୍ୟାନ୍ୟ ରୋଗ ରେ ପୀଡ଼ିତ ହୁଅନ୍ତି ବିଭିନ୍ନ ପଶୁ।ହେଲେ ଉକ୍ତ ବିଭାଗ ର କର୍ମଚାରୀ ମାନେ ଧାରଣା ରତ ଥିବାରୁ ପଶୁ ମାନଙ୍କ ଚିକିତ୍ସା ଠିକ୍ ଭବେ ହୋଇ ପାରିନାହିଁ।ଫଳରେ ଦୀର୍ଘ ଦିନ ଧରି ରୋଗ ରେ ପୀଡ଼ିତ ରହୁଛନ୍ତି ପଶୁ ।ଯାହାକୁ ନେଇ ଆଜି ନିଜ ର ଗୃହପାଳିତ ପଶୁ ମାନଙ୍କୁ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଛନ୍ତି ସ୍ଥାନୀୟ ବାସିନ୍ଦା।ଏପଟେ ନିଜ ଦାବି ପୁରଣ ପାଇଁ ଜିଦ୍ ରେ ଅଟଳ ଉକ୍ତ ବିଭାଗ।

new life
You might also like
error: Content is protected !!