News
lipub
samparksetu

ଅଖିମୁଠି ଅନୁକୂଳ କଲେ ବିଧାୟକ

ଅକ୍ଷୟ ତୃତୀୟା ରେ ଅଖିମୁଠି ବୁଣି ଚାଷର ସୁଭାରମ୍ଭ କଲେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ।କୃଷି ବିଭାଗଦ୍ୱାର ଆୟୋଜିତ ଉକ୍ତ ପର୍ବରେ ପ୍ରଥମେ ଧର୍ମୀୟ ରୀତିନୀତି ଅନୁଯାୟୀ ପୂଜାପଠା ଦ୍ୱାରା ଧରିତ୍ରୀ ମାଆର ପୂଜନ କରାଯାଇଥିଲା ଓ ଏହାପରେ ବିଧାୟକ ନିଜେ ହାତରେ ହଳ ଲଙ୍ଗଳ ଧରି ଚାଷ କରିବା ସହ ଅଖି ମୁଠି ବୁଣିଥିଲେ ।

ଏହାପରେ ଗଁଦିଆ କୃଷି କାର୍ଯ୍ୟାଳୟ ପରିସରରେ ଏକ ସଭା ବିଧାୟକ ଙ୍କର ସଭାପତିତ୍ୱ ରେ ଅନୁଷ୍ଟିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାକ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାଣ ସଂମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ରିନାରାଣୀ ଖଟୁଆ ,ବି ଡି ଓ ଆଶିଷ ରଂଜନ ସାହୁ, ବି ଜେ ଡ଼ି ଜିଲ୍ଲା କୃଷକ ମୋର୍ଚା ସଭାପତି ନରୋତ୍ତମ ସାହୁ ,ବ୍ଲକ ବି ଜେ ଡ଼ି ସଭାପତି ବିଶ୍ୱନାଥ ଜେନା, ବିଧାୟକଙ୍କ ବ୍ଲକ ପ୍ରତିନିଧି ନିରାକାର ସାମଲ, ପ୍ରାଣୀଧନ ଚିକିତ୍ସାଧିକାରୀ କୃଷ୍ଣ ଚନ୍ଦ୍ର ମଲିକ ପ୍ରମୁଖ ଯୋଗଦାନ କରିଥିଲେ ।

ଅତିଥି ମାନେ ପ୍ରଥମେ ଜଗନ୍ନାଥଙ୍କର ଫଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବ୍ଲକ କୃଷି ଅଧିକାରୀ ସାଗର ସାହୁଉପସ୍ଥିତତଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ସଭାକର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ଅତିଥି ମାନେ ଗ୍ରାମାଅଂଚଳରେ ଚାଷୀ ମାନଙ୍କର ଉର୍ଣ୍ଣତି ନିମନ୍ତେ କେନ୍ଦ୍ରଠାରୁ ରାଜ୍ୟ ସରକାର ମନେ କାର୍ଯ୍ୟକାରୀ କରୁଥିବା ସବୁ ହିତକାରୀ ଯୋଜନା ଉପରେ ଦୃଷ୍ଟିପାତ କରିଥିଲେ ଓ ସେହିପରି ଉକ୍ତ ବିଭାଗ ପକ୍ଷରୁ ଉର୍ଣ୍ଣତ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନ କୌଶଳ କୁ ପାଥେୟ କରି କିପରି ଚାଷୀ ମନେ ଅଧିକ ଲାଭବାନ ହୋଇପାରିବେ ତାହା ଉପରେ ହେଉଥିବା ସଚେତନତା କାର୍ଯ୍ୟକ୍ରମ ସୁଫଳ ସମସ୍ତ ଚାଷୀ ମାନେ ଏହାର ଫାଇଦା ନେବାକୁ ପରାମର୍ଶ ଦେଇଥିଲେ ।

new life
You might also like
error: Content is protected !!