News
lipub
samparksetu

ମହାବାହୁ ସେବା ସମ୍ମାନ ରେ ସମ୍ମାନିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା

କେତେବେଳେ ସାଜନ୍ତି ଅନ୍ଧାରୀ ମୂଲକର ଆଲୋକ କେତେବଳେ କରିଥାନ୍ତି ନିଜକୁ ସମାଜ ସେବାରେ ବ୍ରତୀ ,ଏଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଯୁବ ସମାଜ ସେବୀ ତଥା ଯୁବ ସାମ୍ବାଦିକା ଆଙ୍କିତା ସାହୁ ।

ନିଜ କଲମର ବଳରେ ସାମ୍ବାଦିକ କ୍ଷେତ୍ର କୁ ସଦଉପଯୋଗ ବ୍ୟବହାର କରି ବିଭିନ୍ନ ଲୋକାଭିମୁଖୀ ଖବର ପ୍ରସାରଣ କରିବା ସହ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା କୁ ସରକାର ଙ୍କ ପାଖରେ ପହଞ୍ଚାଇବା ସହ ତାକୁ ସମାଧାନ ର ବାଟ ମଧ୍ୟ ଖୋଜି ବାହାର କରିଥାଆନ୍ତି ସିଏ ।

ତେବେ ଏଭଳି ମହାନ କାର୍ଯ୍ୟ ଯୋଗୁଁ ମହାବାହୁ ଗ୍ରୁପ ଓଡ଼ିଶା ଟ୍ରଷ୍ଟ ର ପରିବାର ତରଫରୁ ଯାଜପୁର ଜିଲ୍ଲାରେ ମହାବାହୁ ସେବା ସମ୍ମାନ ୨୦୨୧ ରେ ସମ୍ମାନିତ ହୋଇ ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ଵ ଆଣିଛନ୍ତି ଅଙ୍କିତା ସାହୁ । ତେବେ ଉକ୍ତ ଉତ୍ସବରେ ମାଉଣ୍ଟେନ ମ୍ୟାନ ତଥା ପଦ୍ମଶ୍ରୀ ଦୈତାରି ନାୟକ ଆଙ୍କିତା ଙ୍କ ଏଭଳି ମହାନ କାର୍ଯ୍ୟପାଇଁ ପ୍ରଶଂସା କରିଛନ୍ତି ଏହା ସହ ଅଙ୍କିତା ନିଜ ସାମ୍ବାଦିକତା ତଥା ସମାଜସେବାରେ ଆଗକୁ ବଢ଼ନ୍ତୁ ବୋଲି ଅଙ୍କିତାଙ୍କୁ ଆଶୀର୍ବାଦ କରିଛନ୍ତି । ଅଙ୍କିତା ଙ୍କ ଘର ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଞ୍ଚାୟତ ଦଧିସିଂଙ୍ଗା ଗାଁରେ ।

new life
You might also like
error: Content is protected !!