News
WhatsApp Image 2023-10-04 at 17.25.00
samparksetu

ଏଏନଏମ କେନ୍ଦ୍ର ଅନ୍ୟତ୍ର ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ କଂସରା ପଂଚାୟତରେ ଏକ ଏଏନଏମ କେନ୍ଦ୍ର ଅନ୍ୟତ୍ର ନିର୍ମାଣ ଓ ଅନିୟମିତତାକୁ ନେଇ କଂସରା ବାସି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , କଂସରା ପଂଚାୟତର କଂସରା ଗ୍ରାମରେ ସରକାରୀ ଜାଗା ଖାତା ନଂ-୨୦୬ , ପ୍ଲଟ ନଂ-୨୬୮ ରେ ଏକ ଏଏନଏମ କେନ୍ଦ୍ର ୧୯୭୦ ମସିହାରୁ କାର୍ଯ୍ୟ କରି ଆସୁଥିଲା ଓ ରିମାର୍କ କଲମରେ ଏହା ଫ୍ୟାମିଲି ପ୍ଲାନିଂ ସେଣ୍ଟର ଉଲେଖ ରହିଅଛି ।

ମାତ୍ର ୨୦୧୫ ମସିହା ଠାରୁ ଉକ୍ତ କେନ୍ଦ୍ରକୁ କାର୍ଯ୍ୟ କରୁଥିବା ଏଏନଏମ କର୍ମଚାରୀ ନଆସିବାରୁ ଏହା ପରିତ୍ୟକ୍ତ ହୋଇ ଭଗ୍ନ ଅବସ୍ଥାରେ ରହିଅଛି । ବର୍ତମାନ ସ୍ୱାସ୍ଥ୍ୟ ବିଭାଗ ଏହି କେନ୍ଦ୍ରଟି ଚାଲୁ କରିବା ନିଷ୍ପତି ନେଇ ଏହାର ନିର୍ମାଣ ପାଇଁ ସରକାରୀ ଅନୁଦାନ ମଞ୍ଜୁର ହୋଇଛି ।

ମାତ୍ର ସ୍ଥାନୀୟ ସରପଞ୍ଚ ଓ ଆରଏନଏଚଏମ କନିଷ୍ଠ ଯନ୍ତ୍ରୀ ସେହି ସ୍ଥାନରେ ଗୃହଟିକୁ ନିର୍ମାଣ ନକରାଇ ସେ ଦୁଇଜଣଙ୍କୁ ସୁହାଇଲା ଭଳି ଅନ୍ୟତ୍ର ଏକ ସ୍ଥାନରେ ଏଏନଏମ କେନ୍ଦ୍ର ଗୃହଟିକୁ ନିର୍ମାଣ କରାଇବାକୁ ସ୍ଥିର କରାଇଛନ୍ତି ଯାହା ଫଳରେ ସ୍ଥାନୀୟ ସରପଞ୍ଚ,ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଲାଭାନ୍ୱିତ୍ୱ ହୋଇପାରିବେ ଏବଂ ସରକାରୀ ଅର୍ଥ ଆତ୍ମସାତ କରିପାରିବେ ବୋଲି କଂସରାର ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏଥିସହ ସେମାନେ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି ଏବଂ ପୂର୍ବରୁ ଥିବା ସେହି ସ୍ଥାନରେ ଏଏନଏମ କେନ୍ଦ୍ର ଗୃହଟି ନିର୍ମାଣ କରାଯିବା ନିମନ୍ତେ ପ୍ରଶାସନ ଉଚିତ ପଦକ୍ଷେପ ନନେଲେ କଂସରା ଗ୍ରାମବାସୀ ପଂଚାୟତ ଅଫିସ ସାମ୍ନାରେ ସାମୁହିକ ଅନଶନ କରିବା ସହ ଜୋରଦାର ବିରୋଧ କରିବେ ବୋଲି ନିଷ୍ପତି ନେଇଥିବା ଅଭିଯୋଗରୁ ଜଣାପଡିଛି ।

new life
You might also like
error: Content is protected !!