News
WhatsApp Image 2023-10-04 at 17.25.00
samparksetu

ଚାଷ ଜମିରେ ଜବରଦସ୍ତ ବୃକ୍ଷ ରୋପଣ କଲା ବନ ବିଭାଗ

ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଗଡଗହଁପୁର ଗ୍ରାମ ର ସ୍ବର୍ଗତ ଅଚ୍ୟୁତ ସିଂହ ଙ୍କ ବଡ ପୁଅ ଅକ୍ଷୟ କୁମାର ସିଂହ ତାଙ୍କ ବାପା ଙ୍କ ନାମ ରେ ଥିବା ଭୁବନ ନଟାକଟା ମୌଜା ର ଖାତା ନମ୍ବର ୪୧୯/୧୪୦ ପ୍ଲଟ ନମ୍ବର ୨୬୪୭/୩୬୦୭ ର ୪ଗୁଣ୍ଠ ଜମି ଓ ଅନ୍ୟ ଏକ ପ୍ଲଟ ର ଜମି ରେ ଜୋର୍ ଜବରଦସ୍ତି ଶୁକ୍ରବାର ଗଛ ଲଗାଇ ଦେଇଛନ୍ତି। ରଜ ପୂର୍ବରୁ ଚାଷୀ ଅକ୍ଷୟ ନିଜ ଜମି ରେ ଖରାଟିଆ ଚାଷ କରିବା ସହ ଖତ ଲଗାଇଥିଲେ ।

ବନ ବିଭାଗ ପକ୍ଷରୁ ଏହି ଜମି ରେ ଗାତ ଖୋଲିବା ପରେ ଚାଷୀ ଅକ୍ଷୟ ବନ ପାଳ କବିତା ବେହେରା ଙ୍କ ସାକ୍ଷାତ କରି ଗଛ ନ ଲଗାଇବା କୁ ନେହୁରା ହୋଇଥିଲେ । ହେଲେ ବନାଞ୍ଚଳ ଅଧିକାରୀ ଦାୟିତ୍ୱ ରେ ଥିବା ରାକେଶ ଦଳେଇ ଅଭିଯୋଗ କୁ କର୍ଣ୍ଣପାତ କରି ନଥିଲେ । ବାଧ୍ୟହୋଇ ନ୍ୟାୟ ଆଶାରେ ତହସିଲଦାର ଙ୍କ ଦ୍ବାରସ୍ଥ ହୋଇଛନ୍ତି ଅକ୍ଷୟ ।

new life
You might also like
error: Content is protected !!