News
WhatsApp Image 2023-10-04 at 17.25.00
samparksetu

ଚାଷ ଜମିରେ ଚାରା ଲଗାଇବା ଘଟଣା ,ବନବିଭାଗ ହଟାଇଲା ଚାରା

ଭୁବନ ବନବିଭାଗ ମେରୀରାୟ ନୀତି ଯୋଗୁ ଜଣେ ଚାଷୀଙ୍କର ଗୋଟିଏ ବର୍ଷର ଧାନ ଫସଲରୁ ହେବାକୁ ଥିବା ଆୟ ନଷ୍ଟ ହେବାକୁ ଯାଉଥିଲା ବନକର୍ମଚାରି ଚାଷୀଙ୍କ ଗୁହାରିକୁ ଭ୍ରୁକ୍ଷେପ କରିନଥିଲେ । ଫଳରେ ଚାଷୀ ଶନିବାର ଅପରାହ୍ନରେ ସ୍ଥାନୀୟ ତହସିଲଦାର ଶିରୀୟଲ ଶୁଭ୍ର ପଟେଲଙ୍କୁ ଲିଖିତ ଅଭିଯୋଗ କରିବା ପରେ ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ସକାଳୁ ରେଞ୍ଜର ରାକେଶ ବେହେରା, ଫରେଷ୍ଟର କଳ୍ପନା ବେହେରା ଜମି ଚିହ୍ନଟ ପରେ ଲଗାଯାଇଥିବା ଚାରା ଗୁଡ଼ିକୁ ସଂପୃକ୍ତ ଚାଷୀ ଙ୍କ ଜମି ରୁ ହଟାଇ ନେଇଛନ୍ତି।

ସୂଚନା ଅନୁଯାୟୀ , ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଗଡଗହଁପୁର ଗ୍ରାମର ସ୍ବର୍ଗତ ଅଚ୍ୟୁତ ସିଂହଙ୍କ ବଡପୁଅ ଅକ୍ଷୟ କୁମାର ସିଂହ ତାଙ୍କ ବାପାଙ୍କ ନାମରେ ଥିବା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନମ୍ବର ୨ ନଟାକଟା ମୌଜାର ଖାତା ନମ୍ବର ୪୧୯/୧୪୦ ପ୍ଲଟନମ୍ବର ୨୬୪୭/୩୬୦୭ର ୪ଗୁଣ୍ଠ ଜମି ଓ ଅନ୍ୟ ଏକ ପ୍ଲଟର ଜମିରେ ଜୋର୍ ଜବରଦସ୍ତି ଶୁକ୍ରବାର ବନ ବିଭାଗ କର୍ମଚାରୀ ଚାରାଗଛ ଲଗାଇ ସହରାଞ୍ଚଳ ବନୀକରଣ କରାଯିବା କୁ ଯୋଜନା କରି ଚାରା ଲଗାଇ ଦେଇଛନ୍ତି।

ରଜ ପୂର୍ବରୁ ଚାଷୀ ଅକ୍ଷୟ ନିଜ ଜମିରେ ଖରାଟିଆ ଚାଷ କରିବା ସହ ଖତ ଲଗାଇଥିଲେ । ବନବିଭାଗ ପକ୍ଷରୁ ଏହି ଜମିରେ ଗାତ ଖୋଲିବା ପରେ ଚାଷୀ ଅକ୍ଷୟ ବନପାଳ କଳ୍ପନା ବେହେରାଙ୍କୁ ସାକ୍ଷାତ କରି ଗଛ ନ ଲଗାଇବାକୁ ନେହୁରା ହୋଇଥିଲେ । ହେଲେ ନିର୍ଦ୍ଦୟ ସରକାରୀ ଚାକିରିଆ କଳ୍ପନା କିମ୍ବା ବନାଞ୍ଚଳ ଅଧିକାରୀ ଦାୟିତ୍ୱରେ ଥିବା ରାକେଶ ଦଳେଇ ଅଭିଯୋଗ କୁ କର୍ଣ୍ଣପାତ କରିନଥିଲେ । ବାଧ୍ୟହୋଇ ନ୍ୟାୟ ଆଶାରେ ତହସିଲଦାରଙ୍କ ଦ୍ବାରସ୍ଥ ହୋଇଥିଲେ ଅକ୍ଷୟ । ରେଙ୍ଗାଲି ବାମ ମୁଖ୍ୟ କେନାଲର ଭୁବନ ଶାଖା କେନାଲ ଅନ୍ତର୍ଗତ ଗଡଗହଁପୁର ମାଇନର ରୁ ବାହାରିଥିବା ନଟାକଟା ସବ ମାଇନର ୧ ର ୩ ନମ୍ୱର ସୋଠ ର ଜଣେ ପଞ୍ଜୀକୃତ ଚାଷୀ। ତାଙ୍କ ଜମି ଏହି କେନାଲ ଦ୍ଵାରା ଜଳସେଚନ ସୁବିଧା ମିଳୁଛି। ଜଳସେଚିତ ଜମିରେ ଧାନବଦଳରେ ବୃକ୍ଷରୋପଣ କରି ବନବିଭାଗ ଜଣେ ଚାଷୀର ଜୀବନ ମାରିବାକୁ ବସିଥିଲେ । ଏ ନେଇ ଚାଷୀ ଅକ୍ଷୟ ମା ସିଦ୍ଧ ରାମଚଣ୍ଡି ପାଣି ପଞ୍ଚାୟତର ସଭାପତି ନନ୍ଦ କିଶୋର ସାହୁ ଓ ଭୁବନ କୃଷକ ସମାଜର ସଭାପତି ବାସୁଦେବ ଗୁରୁ ଙ୍କୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଥିବା ବେଳେ ଗଣ ମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ତେବେ ପରେ ତହସିଲଦାର ଶ୍ରୀରିୟଲ ଶୁଭ୍ର ପଟେଲ ଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଚାଷୀ ଙ୍କୁ ନ୍ୟାୟ ମିଳିଲା ।

new life
You might also like
error: Content is protected !!