News
WhatsApp Image 2023-10-04 at 17.25.00
samparksetu

ରୋଡ ଡିଭାଇଡର ରେ ପିଟି ହୋଇ ଯୁବକ ମୃତ

ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅନନ୍ତପୁର ଛକ ନିକଟରେ ରୋଡ ଡିଭାଇଡର ରେ ପିଟି ହୋଇ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ , ନିହଲପ୍ରସାଦ ଗ୍ରାମ ର ସ୍ବର୍ଗତ ନବଘନ ସାହୁ ଙ୍କ ପୁଅ ସୌରପ ସାହୁ (୩୧) କୌଣସି କାର୍ଯ୍ୟ ରେ ସାମଳ ଗ୍ରାମ କୁ ଆସିଥିଲେ । ସାମଳ ଗାଁରେ କାମ ସାରି ସୁକିନ୍ଦା ଯାଇ ଘର କୁ ଫେରୁଥିବା ବେଳେ ଅନନ୍ତପୁର ଛକ ରେ ରୋଡ ଡିଭାଇଡର ରେ ପିଟି ହୋଇ ଯାଇଥିଲେ । ତାଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!