News
lipub
samparksetu

ଆଖୁ ବାଡିରେ ନିଆଁ ଲାଗି ୪ ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ !

ଆଖୁ ବାଡିରେ ନିଆଁଲାଗି ଚାରି ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ ହୋଇଯାଇଛି ।ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ମଝିପାଳ ମଉଜାରେ। ତେବେ ମୃଦଙ୍ଗା ଓ ମହୁଲପାଳର ଚାଷୀମାନେ ମଝିପାଳ ଏରିଆରେ ଶହଶହ ଏକର ଜମିରେ ଆଖୁ ଚାଷକରି ଢେଙ୍କାନାଳ ଶକ୍ତି ସୁଗାର ମିଲକୁ ବିକ୍ରି କରି ବେଶ ଦୁଇ ପଇସା ଲାଭବାନ ହୋଇଥାନ୍ତି।

ବର୍ତ୍ତମାନ ମଝିପାଳ ଏରିଆରେ ଆଖୁ ଅମଳ ଚାଲିଥିବା ସମୟରେ ମୃଦଙ୍ଗା ଗ୍ରାମର ରଞ୍ଜନ ବେହେରା ଓ ମହୁଲପାଳ ଗ୍ରାମର ଅଜୟ ରାଉତଙ୍କର ଚାରି ଏକରରୁ ଉର୍ଦ୍ଧ୍ବ ଆଖୁବାଡି ପୋଡି ନଷ୍ଟ ହୋଇଯାଇଛି । ତେବେ ଖବର ପାଇ ଘଟଣା ସ୍ଥଳରେ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

କିନ୍ତୁ ସେତେ ବେଳକୁ ଏହି ଦୁଇ ଚାଷୀଙ୍କ ଆଖୁବାଡି ଜଳି ନଷ୍ଟ ହୋଇ ଯାଇଥିଲା । ଯଦି ଏହି ପୋଡା ଆଖୁ ଗୁଡିକୁ ଶକ୍ତି ସୁଗାର ମିଲ ନିଏ ତେବେ ୨୫ ଶତକଡା କଟନି କରି ନେବ ବୋଲି ମିଲର ଫିଲ୍ଡ ଅଫିସର କହିଛନ୍ତି । ତେବେ ଆନୁମାନିକ ଏହି ସାଢେଚାରି ଏକର ଆଖୁ କିଆରିରେ ୧୬୦ ଟନରୁ ଉର୍ଦ୍ଧ୍ବ ଆଖୁ ଅମଳ ହୋଇଥାନ୍ତା । ଫଳରେ ଏହାକୁ ନେଇ ଦୁଇ ଚାଷୀ ଏବେ ହତାଶ ହୋଇ ପଡିଛନ୍ତି । ପ୍ରଶାସନ ସାହାଯ୍ୟର ହାତ ବଢାଇବା ପାଇଁ ଆକୁଳ ନିବେଦନ କରିଛନ୍ତି।

new life
You might also like
error: Content is protected !!