News
lipub
samparksetu

ରାମ ନବମୀରେ ମାନବିକତାର ପରିଚୟ ଦେଖାଇଲେ ବଜରଙ୍ଗ ଦଳ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କାଶୀପୁର ହରିଜନ ସାହିର ୫୫ ବର୍ଷୀୟ ଖେଳଣା ନାଏକ ଙ୍କର ଏକ ମାତ୍ରପୁଅ ଦୀପୁ ନାଏକ (୨୫) ଅର୍ଥ ଅଭାବରୁ ଗତ ସପ୍ତାହରେ ଯକ୍ଷ୍ମାରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ବେଳେ ତାଙ୍କ ବାପା ଅଭି ନାଏକ ମଧ୍ଯ ଜଣେ ଦିବ୍ୟାଙ୍ଗ ।

ଏହି ଖବର ପାଇବା ପରେ ପଳାସ ପିଠିଆର ବଜରଙ୍ଗ ଦଳ ସଭାପତି ରାକେଶ ରଞ୍ଜନ ମହାପାତ୍ର ଏବଂ ସମସ୍ତ ସଭ୍ୟମାନେ ଶ୍ରୀଶ୍ରୀବାଲୁଙ୍କେଶ୍ୱର ଗ୍ରାମ୍ୟ ଉନୟନ ସେବା ସଂଗଠନ ର ନିର୍ଦ୍ଦେଶକ ସୁଧାଂଶୁ ମିଶ୍ରଙ୍କୁ ଅବଗତ କରିଥିଲେ l ସଂଗଠନର ସଦସ୍ୟ ଙ୍କସମେତ ଭୁବନ ବ୍ଲକ ଦୁଇ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ରମେଶଚନ୍ଦ୍ର ସାହୁ, ଧଳପଡା ପଞ୍ଚାୟତ ସରପଞ୍ଚ ଶ୍ରୀନିବାସ ବେହେରା, ବାରୁଆ ସରପଞ୍ଚ ବୀଣାପାଣି ସାହୁ ଏବଂ ଗଡନୃସିଂହ ପ୍ରସାଦ ସରପଞ୍ଚ ଝିଲି ବେହେରା ପ୍ରମୁଖ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ବାଲୁଙ୍କେଶ୍ଵର ସେବାସଙ୍ଗଠନ ତରଫରୁ ୧୦୫୩୦ଟଙ୍କା ପ୍ରଦାନ କରାଯାଇଥିଲା ।

new life
You might also like
error: Content is protected !!