News
lipub
samparksetu

ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଜମାକାରୀ ପକାଇଲେ ତାଲା !

ସାହାରା ଇଣ୍ଡିଆ ଘରୋଇ ସଂସ୍ଥାରେ ଜମାକାରୀ ମାନେ କୋଟିକୋଟି ଟଙ୍କା ଜମାକରି ବର୍ତ୍ତମାନ ହତାସ ହୋଇପଡିଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ ଅର୍ଜିତ ଟଙ୍କାକୁ ଜମାକରିଥିବା ବେଳେ ମ୍ୟାଚୁରୁଟି ର ବର୍ଷ ପରେ ବି ଟଙ୍କା ନପାଇବାରୁ ନାନା ସମସ୍ୟା ଦେଖାଦେଇଛି। ପ୍ରତ୍ୟେକ ଦିନ ଜମାକାରୀ ମାନେ ସାହାରା ଇଣ୍ଡିଆ କାର୍ଯ୍ୟଳୟ ଦୌଡି ଦୌଡି ପାଉଛନ୍ତି ଖାଲି ପ୍ରତିଶୃତି।

ତେବ ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା ଭୁବନ ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଜମାକାରୀ ଧରଣୀଧର ବେହେରା ଓ ଭାରତୀ ସାହୁ ସୋମବାର ତିନିଘଣ୍ଟା ଧରି ତାଲା ପକାଇଥିଲେ। ସେହି ସମୟରେ ମଧ୍ୟ ବହୁ ଜମାକାରୀ ଉପସ୍ଥିତ ହୋଇ ଅର୍ଥରାସି ଫେରିପାଇବା ପାଇଁ ପାଟିତୁଣ୍ଡ କରିଛନ୍ତି। ତେବେ ସରକାର ଏହି ସଂସ୍ଥା ଉପରେ ତୁରନ୍ତ ତଦନ୍ତ କରି ଏହି ଗରିବ ହିତାଧିକାରୀଙ୍କୁ ଜମାଟଙ୍କା ଫେରାଇବାରେ ସହାୟ ହେବାପାଇଁ ଦାବି ହେଉଛି।

new life
You might also like
error: Content is protected !!