ମଦ୍ୟପ ଭାଇର ଉନ୍ମୁକ୍ତ କାଣ୍ଡ । ଭାଇର ପନିକି ଚୋଟରେ ଭଉଣୀ ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଓଡିଶ ପଞ୍ଚାୟତ ଅନ୍ତର୍ଗତ ବେଲପାଳ ଗ୍ରାମରେ ।
ଗ୍ରାମର ମଞ୍ଜୁ ମହାରଣା ୩୦ ବର୍ଷ ସ୍ବାମୀ- ଲାଲ ମୋହନ ମହାରଣ । ଆଜି ସଂନ୍ଧ୍ୟା ପାଖାପାଖି ଛଅଟା ସମୟରେ ମଦ୍ୟପ ଭାଇ ଇଶ୍ବର ମହାରଣା ୨୭ ବର୍ଷ ଘରେ ପହଞ୍ଚି ପରିବାର ଲୋକଙ୍କ ସହିତ ଝଗଡା କରିଥିଲା ।
ଭଉଣୀ ମଞ୍ଜୁ ଭାଇକୁ ଝଗଡାରୁ ନିରବ ରହିବାକୁ କହିବାରୁ ମଦ୍ୟପ ଭାଇ ଇଶ୍ବର ଘରୁ ପନିକିରେ ଭଉଣୀର କାନ ମୁଣ୍ଡାକୁ ହାଣି ଦେଇଥିଲା । ତୁରନ୍ତ ପରିବାର ଲୋକେ ଆମ୍ବଲାନସ୍ ଯୋଗେ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ଯେଉଁଠାରେ ମଞ୍ଜୁଙ୍କ କାନମୁଣ୍ଡାରେ ମୋଟ ଛଅଟି ଷ୍ଟିଜ ପଡିଥିବା ଜଣାପଡିଛି ।
