News
lipub
samparksetu

ପୁରୁଷୋତମପୁର ସଡକ ଦୃର୍ଘଟଣାରେ ହେଟେଲ ମିସ୍ତ୍ରୀ ମୃତ ; କ୍ଷତିପୁରଣ ଦାବିରେ ରାସ୍ତାରୋକ

ଢେଙ୍କାନାଳ – ଭୁବନ ପୂର୍ତ୍ତ ବିଭାଗ ରାସ୍ତାର ପୁରୁଷୋତମପୁର ଠାରେ ଶବ ରଖି ରାସ୍ତାରୋକ । ଘଟଣାରୁ ପ୍ରକାଶ ଯେ, ଭୁବନ ବସଷ୍ଟାଣ୍ଡ ଠାରେ କୈବଲ୍ୟ ହୋଟେଲରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବିଦ୍ୟାଧର ନାୟକ କାମସାରି ସୋମବାର ରାତିରେ ନିଜ ଗ୍ରାମକୁ ଯାଉଥିବା ବେଳେ ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେବାରୁ ତାଙ୍କର ଗୋଡ ଭାଙ୍ଗିଯିବା ସହ ଗୁରୁତର ଆହାତ ହୋଇଥିଲେ ।

ଅଗ୍ନିଶମ ବାହିନୀ ଦ୍ୱାରା ତାଙ୍କୁ ଭୁବନ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ମଙ୍ଗଳବାର ପୂର୍ବାହ୍ନରେ ଶବ ବ୍ୟବିଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ମଧ୍ୟାହ୍ନ ୧୨ଟାରେ ପରିବାର ଓ ଗ୍ରାମବାସୀ ଭୁବନ-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାରେ ଶବ ରଖି କ୍ଷତିପୁରଣ ଦାବିରେ ରାସ୍ତାରୋକ କରିଥିଲେ ।

ମୃତକ ବିଦ୍ୟାଧରଙ୍କ ସାନ ଭାଇ ଅଶୋକ ନାୟକଙ୍କ କହିବାନୁଯାୟୀ ତାଙ୍କ ଭାଇ ସବୁ ଦିନ ପରି ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ ମଟରସାଇକେଲ ନମ୍ବର ଧକ୍କା ଦେଇଥିଲା । ମଟରସାଇକେଲ ଚାଳକ ମଧ୍ୟ ଖଣ୍ଡିଆ ଖାବରା ହୋଇଛନ୍ତି , ଚାଳକ ଏବଂ ଗାଡ଼ି କୁ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ତେବେ ଆଜି କ୍ଷତିପୂରଣ ଦାବିରେ ପୁରୁଷୋତ୍ତମପୁର ନିକଟରେ ଶବ ରଖି ରାସ୍ତାରୋକ କରିଥୁଲେ ଗ୍ରାମବାସୀ । ୪/୫ ଘଂଟା ପରେ ପ୍ରତିଶ୍ରୁତି ମିଳିବାରୁ ରାସ୍ତାରୋକ ହଟିଥିଲା ।

new life
You might also like
error: Content is protected !!