News
lipub
samparksetu

ବୁଦ୍ଧେଶ୍ୱର ପୀଠର ଉନ୍ନତି ପାଇଁ ବୈଠକ

ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶୈବପୀଠ ବୁଦ୍ଧେଶ୍ୱର କ୍ଷେତ୍ରର ନୂତନ ପରିଚାଳନା କମିଟି ଗଠନ କରାଯିବା ପରେ ଗ୍ରାମ ରେ ମୂରବୀ ମାନଙ୍କୁ ନେଇ ମନ୍ଦିର ପରିସରରେ ଏକ ବୈଠକ ସୋମବାର ଅନୁଷ୍ଠିତହୋଇଯାଇଛି। ସଭାପତି ପୂର୍ବତନ ନଗରପାଳ ନରହରି ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବିପିନ ବିହାରୀ ସେଠୀ ସଂପାଦକ ହୃଦାନନ୍ଦ ମହାରଣା ସହ ସଂପାଦକ ସନ୍ତୋଷ ବିହାରି କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର୍ ପୃଷ୍ଟି ବରିଷ୍ଟ ସଦସ୍ୟ ପୁର୍ଣ୍ଣଚନ୍ଦ୍ର ସାହୁ, ଦୁଆରୀ ମଲ୍ଲିକ, କୈଳାଶ ମଲ୍ଲିକ,ବିଶ୍ୱଜିତ ସାହୁ,ଅଶୋକ ଚନ୍ଦ୍ର ଗୁରୁ , ରମେଶ ଚନ୍ଦ୍ର ପାତ୍ର , ଭବାନୀ ଶଙ୍କର ପୋଥାଳ, ଗୁଲୁଗୁଲ୍ ସାହୁ, ସୁନାକର ବେହେରା, କମଳ ମହାରଣା ଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ। ଗାଁ ମୂରବୀ ଦିଲ୍ଲୀପ କୁମାର ଦାସ, ପବିତ୍ର ସାହୁ ,କାଳନ୍ଦୀ ସାହୁ ଗୋପାଳ ମଳିକ, ବିଦ୍ୟାଧର ପାତ୍ର, ସୁରେଶ ଚନ୍ଦ୍ର ସାହୁ, କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ, ଥାନାଧିକାରୀ ମନସ୍ମିତା ମହାନ୍ତି ଉପସ୍ଥିତ ରହି ଉନୟନ କାର୍ଯ୍ୟର ଚିଠା ପ୍ରସ୍ତାବ ଆଗତ କରିଥିଲେ ।

ବ୍ରାହ୍ମଣୀ ନଦୀକୂଳରେ ସୁଲେଇ ପାଳ ମୌଜାରେ ଥିବା ଅର୍ବାନ ବନୀକରଣକୁ ବଣଭୋଜି ଉପଯୋଗୀ କରାଇବା , ବୁଦ୍ଧେଶ୍ୱର ନାଳକୁ ବୋଟିଂଉପଯୋଗୀ, ଶ୍ମଶାନକୁ ସ୍ବର୍ଗପଥ, ମନ୍ଦିର ଠାରୁ ମାଳବନ୍ଧ ଯାଏ ରାସ୍ତା, ଚନ୍ଦନ ବଗିଚା ପୁନରୁଦ୍ଧାର, ସ୍ଵନ୍ତନ୍ତ୍ର ଭୋଗ, ରୋଷଘର, ଡାଇନିଂ ଘର, ପେଭର ବିଛା, ମହୋତ୍ସବ ମଣ୍ଡପ, ଥଣ୍ଡା ପାଣି, କାର୍ଯ୍ୟାଳୟ ଶନି ମନ୍ଦିର, ବିଶ୍ରମାଗାର, ପୃଷ୍ଟୀ ପୋଖରୀ ଠାରୁ ମନ୍ଦିର ଯାଏ ବିକଳ୍ପ ରାସ୍ତା, ସହରର ପ୍ରବେଶ ପଥରେ ୩ଟି ତୋରଣ କରାଯିବା ନିମନ୍ତେ ସ୍ଥାନୀୟ ବିଧାୟକ ଶତୃଘ୍ନ ଜେନା, ସାଂସଦ ରୁଦ୍ର ନାରାୟଣ ପାଣି,
ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଢେ଼ଙ୍କାନାଳ ଜିଲାପାଳ ଓ ପର୍ଯ୍ୟଟନ ସଚିବଙ୍କୁ ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

new life
You might also like
error: Content is protected !!