News
lipub
samparksetu

ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବି

ଢେଙ୍କାନାଳ ଜିଲ୍ଲା ସଦର ତହସିଲ ବେଲଟିକିରି ରାଜସ୍ୱ ନିରୀକ୍ଷକଙ୍କ ଅଧୀନରେ ଥିବା ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ଗ୍ରାମାବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ଛଣବୋଲୁଅ ଗ୍ରାମଟି ଏକ ପଡା ଗ୍ରାମ ହୋଇଥିବା ବେଳେ ନାଗିଆପଶି ପଞ୍ଚାୟତ କୃଷ୍ଣ କୁମାରପରୁ ରାଜସ୍ୱ ଗ୍ରାମରେ ରହିଛି । କୃଷ୍ଣ କୁମାର ପୁର ବୋଲି କୌଣସି ଗ୍ରାମ ନଥିବାର ବେଳେ ଏହି ଗ୍ରାମରେ ଛଣବୋଲୁଅ,ବିରାଡ଼ିଆ ,ଆମ୍ବନାଳୀ,କାଦୁଆ ଗ୍ରାମ ରହିଛି ଛଣବୋଲୁଅ ପଡା ଗ୍ରାମରେ ସରକାରଙ୍କ ଡାହିମାଳ- ଛଣବୋଲୁଅ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର କନକେଶ୍ୱରୀ ମନ୍ଦିର ରହିଛି। ଗ୍ରାମରେ ୫ଶହ ଲୋକ ବସବାସ କରୁଥିବା ବେଳେ ମୂଳ ଗ୍ରାମଠାରୁ ଦୂରତା ଏବଂ ଲୋକସଂଖ୍ୟା ଦୃଷ୍ଟିରୁ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ଦାବି ହୋଇଛି ।

new life
You might also like
error: Content is protected !!