News
lipub
samparksetu

ଶ୍ରୀ ଚନ୍ଦ୍ର ଶେଖରଜୀଉଙ୍କ ଚନ୍ଦନ ଯାତ୍ରା ଭିନ୍ନ ଏକ ପରମ୍ପରା

ଢେଙ୍କାନାଳ ଜିଲ୍ଲା କପିଳାସ ସ୍ଥିତ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଚନ୍ଦନ ଯାତ୍ରା ଏକ ଭିନ୍ନ ପରମ୍ପରାରେ ପ୍ରଚଳିତ ହୋଇଆସୁଛି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରାରେ ଠାକୁରଙ୍କ ବିଜେ ପ୍ରତିମା ଭାବରେ କେବଳ ମଦନ ମୋହନ ଚାପ ଖେଳିଥିବା ବେଳେ କପିଳାସ ପୀଠର ଚଳନ୍ତି ପ୍ରତିମା ଶିବ ପାର୍ବତୀ ଚନ୍ଦନ ଯାତ୍ରା ଅବସରରେ ଚାପ ଖେଳିଥାନ୍ତି।

ଚାପ ଖେଳିବାପରେ ଚଳନ୍ତି ପ୍ରତିମାକୁ ପାଣି କୁଣ୍ଡରେ ବୁଡ଼ାଇ ରଖାଯାଇଥାଏ। ଯ଼ାହାକି ଅନ୍ୟ ଅଞ୍ଚଳରେ ହେଉଥିବା ଚନ୍ଦନ ଯାତ୍ରାରେ ଦେଖାଦେଇ ନଥାଏ। ପବିତ୍ର ଅକ୍ଷୟ ତୃତୀୟାର ୪ ଦିନ ପୂର୍ବରୁ କପିଳାସ ପୀଠରେ ପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉ ଓ ଦେବୀ ପାର୍ବତୀଙ୍କର ଗୁପ୍ତ ଚନ୍ଦନ ଯାତ୍ରା ହୋଇଥାଏ। ଅକ୍ଷୟ ତୃତୀୟାରୁ ଶିବ `ପାର୍ବତୀଙ୍କର ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ କପିଳୀସ ପୀଠରୁ ଢୋଲ, ଟମକ, ନିଶାଣ, ଭେରି, ତୁରୀ ଆଦି ବାଦ୍ୟ ସହ ଏକ ପଟୁଆରରେ କପିଳାସ ପାଦ ଦେଶରେ ଥିବା ଦେଓଗାଁ ପର୍ଯ୍ୟନ୍ତ ଅଣାଯାଇଥାଏ ।

ବାଟରେ ବିଶ୍ରାମ ଗୃହରେ ଶ୍ରୀ ଜୀଉ କିଛି ସମୟ ବିଶ୍ରାମ କରିଥାନ୍ତି । କିନ୍ତୁ ସେହି ମନ୍ଦିରଟି ଦୀର୍ଘବର୍ଷ ଧରି ବଜ୍ର ଘାତରେ ଫାଟି ଯାଇଥିବାରୁ ଦେଉଳର ସାମ୍ନାରେ ଶ୍ରୀ ଜୀଉ ବିଶ୍ରାମ ନେଇଥାନ୍ତି। ଦେଓଗାଁ ସ୍ଥିତ ଶ୍ରୀ ବଳଦେବ ଜୀଉଙ୍କ ପୀଠରେ ପହଞ୍ଚିବା ପରେ ଅନ୍ନେ ପ୍ରସାଦ ଲାଗି ହୋଇ ଶ୍ରୀ ଜୀଉ ଚାପ ଖେଳିବା ପାଇଁ ଶିବ ସାଗରକୁ ଯାଇଥାନ୍ତି ।

ଦ୍ବିପ୍ରହୟରେ ଚାପ ଖେଳିବା ପରେ ଶିବସାଗରରେ ଥିବା ବିଶ୍ରାମ ଗୃହରେ ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ରାମ ନେଇଥାନ୍ତି। ସନ୍ଧ୍ୟା ବେଳେ ଉଖୁଡ଼ା ଓ ପିଠା ଭୋଗ ଖାଇ ପୁଣିଥରେ ଚାପ ଖେଳି ଫେରିଥାନ୍ତି ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରକୁ । ରାତ୍ର ପ୍ରସାଦ ପରେ ଶ୍ରୀ ଜିଉଙ୍କର ପହଡ଼ି ପଡ଼ିଥାଏ । ଶିବ ସାଗରରେ ଥିବା ବିଶ୍ରାମ ଗୃହକୁ ନୂଆ ରଙ୍ଗରେ ଲିପାପୋଛା କରାଯାଇଥାଏ। ଏଥିପାଇଁ ଉଦ୍ଦିଷ୍ଟ ଡଙ୍ଗାରେ ଶ୍ରୀଜୀଉଙ୍କ ବସାଇ ଦୁଇଥର ଚାପ ଖେଳାଇଥାନ୍ତି। ପ୍ରଥମ ଚାପ ଖେଳିବା ପରେ ଶ୍ରୀ ଜୀଉଙ୍କୁ ପାଣି କୁଣ୍ଡରେ ବେକ ପର୍ଯ୍ୟନ୍ତ ବୁଡ଼।ଇ ରଖାଯାଇଥାଏ। ଦ୍ବିତୀୟ ଚାପ ବେଳକୁ ଶ୍ରୀ ଜୀଉ କୁଣ୍ଡରୁ ବାହାରି ଚାପ ଖେଳିଥାନ୍ତି।ଏହାପରେ ପୁନଶ୍ଚ ଦେଓଗାଁ ସ୍ଥିତ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହି ଚନ୍ଦନ ଯାତ୍ରା ୨୧ଦନ ବ୍ୟାପୀ ଅନୁଷ୍ଠିତ ହୋଇଥାଏ ।

new life
You might also like
error: Content is protected !!