News
lipub
samparksetu

ସିଭିଲ ଡିଫେନସ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ ଦାବୀ

ଢେଙ୍କାନାଳ ଜିଲ୍ଲା ରେ କାର୍ଯ୍ୟରତ ସିଭିଲ ଡିଫେନସ କର୍ମଚାରୀଙ୍କୁ ନାର୍ଯ୍ୟ ଦାବୀ ପ୍ରଦାନ କରିବାକୁ ଦାବୀ କର।ଯାଇଛି । ସିଭିଲ ଡିଫେନ୍ସ ସଂସ୍ଥା ୨୩ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ବେଳେ ଢେଙ୍କାନାଳ ଜିଲ୍ଳାରେ ସେମାନଙ୍କୁ ଅଣଦେଖା କରାଯାଉଛି ।କୌଣସି କାର୍ଯ୍ୟ ସେମାନଙ୍କୁ ପ୍ରଦାନ କରାଯାଉନଥିବା ବେଳେ ଦାୟୀତ୍ୱରେ ଥିବା ସହକାରୀ ଫାୟାର ଅଫିସର କୌଣସି କଥାକୁ କର୍ଣ୍ଣପାତ
କରୁନଥିବାର ଅଭିଯୋଗ ହୋଇଛି ।

ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ୨୦ଲକ୍ଷ ଟଙ୍କାରେ ନିର୍ମିତ
ଘରର ନାମକରଣ,ବୈଠକ ସୁଯୋଗ,ରେଗୁଲାର ଷ୍ଟାଫ ନିଯୁକ୍ତି ପାଇଁ ବ୍ୟବସ୍ଥା,ଟ୍ରାଫିକ୍ କାର୍ଯ୍ୟ ରେ ନିୟୋଜିତ ସ୍ୱତନ୍ତ୍ର ପରିଚୟପତ୍ର ପ୍ରଦାନ ସହିତ ୟୁନିଫର୍ମ ପ୍ରଦାନ କରିବାକୁ ଦାବୀ କରାଯାଇଛି ।

ଏ ସଂକ୍ରାନ୍ତରେ ଏକ ଦାବୀ ପତ୍ର ସଙ୍ଘତରଫରୁ ବିଙ୍କୁ ବିଶ୍ୱାଳ,ସୁମିନ ସାମଲ,ସରିତା ସେଠୀଙ୍କ ସହିତ ଅନ୍ୟମାନେ ଜିଲ୍ଲାପାଳଙ୍କୁ
ପ୍ରଦାନ କରାଯାଇଛି ।

new life
You might also like
error: Content is protected !!