News
lipub
samparksetu

ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିକ୍ଷୋଭ

ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଦେଶରେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ବୃଦ୍ଧିନେଇ କୁଞ୍ଜକାନ୍ତ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ ରେ ମହଙ୍ଗାୟୀ ମକ୍ତୁ ଭାରତ ଅଭିଯାନ ଆହ୍ଵାନରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପେଟ୍ରୋଲ ,ଡିଜେଲ,ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରି ବିକ୍ରୀ କର ଆଦାୟ କରିବା ମୋଦି ସରକାରଙ୍କ ଅର୍ଥନୀତି ପରିଚାଳନାର ଏକ ମାଧ୍ୟମ ବୋଲି କହିଥିଲେ ।

ତୈଳ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ର ଵୃଦ୍ଧି ହେଉଛି , ଏହାକୁ କଂଗେସ୍ର ନିନ୍ଦା କରିବା ସହିତ ଦର ହ୍ରାସ ସହତି ବିଭିନ୍ନ ପଦାର୍ଥର ଦରକୁ ହ୍ରାସ କରିବାକୁ ଦାବି କରାଯାଇଛି । ଏହି ବିକ୍ଷୋଭ କାର୍ଯ୍ୟ କ୍ରମରେ ଛାତ୍ର କଂଗ୍ରେସ ସଭାପତି ଶୁଭମ ଦାଶଙ୍କ ସହିତ ସଦର ନିର୍ବାଚନ ମଣ୍ଡଳୀ ସଭାପତି କମଲ ପ୍ରିତ ସିଂ,ଉପସଭାପତି ସିଦ୍ଧାନ୍ତ ମିଶ୍ର,ସାଧାରଣ ସମ୍ପାଦକ ରଜତ ନାୟକ,ସମ୍ପାଦକ ସୌମ୍ୟଜିତ ମଲ୍ଲିକ ,କାଳିଆ ଦାସ,କାହ୍ନୁ ଚରଣ ପ୍ରମୁଖ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!