News
lipub
samparksetu

ଦଧିସିଙ୍ଗା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ସମାଧାନ ପାଇଁ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବିଦ୍ୟୁତ୍ ସବଡିଭିଜନ ଯୋରନ୍ଦା ସେକ୍ସନ ଦଧିସିଙ୍ଗା ଗ୍ରାମରେ ବାରମ୍ବାର ବିଦ୍ୟୁତ୍ ବ୍ୟାଘାତ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀ ଗ୍ରାମ ଉପସଭାପତି ମାୟାଧର ମହାନ୍ତି ଓ ସମ୍ପାଦକ ଶ୍ରୀବତ୍ସ ମହାନ୍ତି ନେତୃତ୍ୱରେ ଆଜି ଯୋରନ୍ଦା କନିଷ୍ଠ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି।

ଯୋରନ୍ଦା ବିଦ୍ୟୁତ୍ ସେକ୍ସନ ଠାରୁ ଦଧିସିଙ୍ଗା ଗ୍ରାମର ଦୂରତା ମାତ୍ର ୨ କିମି ହୋଇଥିବା ବେଳେ ଗ୍ରାମବାସୀ ମାନେ ଦୀର୍ଘ ୫୦ବର୍ଷ ହେଲା ବିରିଖିଣ୍ଟି,ଛାଟିଆ, ଚିରୁଳେଇ, ଯଦୁପୁର ଦେଇ ଦଧିସିଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୨ କିମି ଦୂର ବୁଲି କରି ଆସି ଥିବା ବିଦ୍ୟୁତ୍ ବ୍ୟବହାର କରୁଛନ୍ତି। ଝଡବର୍ଷା ବା ପବନ ହୋଇ ବିଦ୍ୟୁତ୍ ଫଲଟ ହେଲେ ହାତୀ ଭୟ ଯୋଗୁଁ ବିଦ୍ୟୁତ୍ କର୍ମଚାରୀ ମାନେ ସଙ୍ଗେ ସଙ୍ଗେ ମରାମତି ନକରି ତା ପରଦିନ ସଜାଡନ୍ତି । ଫଳରେ ରାତିସାରା ଗ୍ରାମ ଲୋକମାନେ ଅନ୍ଧାରରେ ରୁହନ୍ତି। ଏହି କାରଣରୁ ଗ୍ରାମ ବାସୀ ଓ ବିଦ୍ୟୁତ କର୍ମଚାରୀ ମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହୋଇଥାଏ।

ବର୍ତମାନ ଗ୍ୟାସ ଏଜେନ୍ସି ନିକଟରେ ହେଉଥିବା ବ୍ରୃହତ ପାନୀୟ ଜଳ ପ୍ରକଳ୍ପ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇଥିବାରୁ ସେଠାରୁ ମାତ୍ର ୫୦୦ ମିଟର ଦୂର ଦଧିସିଙ୍ଗା ଗ୍ରାମକୁ ସିଧାସଳଖ ଯୋରନ୍ଦା ସେକ୍ସନରୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଆଜି ଗ୍ରାମବାସୀ ମାନେ ଦାବିପତ୍ର ପ୍ରଦାନ କରିଛନ୍ତି।

new life
You might also like
error: Content is protected !!