News
lipub
samparksetu

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା ଚଳ ଚଞ୍ଚଳ ରାଧାକୃଷ୍ଣ ବଜାର ନବଦୁର୍ଗା ସାଂସ୍କୃତିକ କମିଟି

ନା ରହିବ ସାଜସଜ୍ଜା, ନାଁ ରହିବ ଭକ୍ତଙ୍କ ଗହଳି । ଏହାରି ଭିତରେ ପୂଜା ପାଇବେ ମା । କୋଭିଡ୍ ନିୟମ ଅନୁସାରେ ମଣ୍ଡପକୁ ଆବଦ୍ଧ କରାଯିବ ମଣ୍ଡପରେ ନାହିଁ ଭକ୍ତଙ୍କ ଗହଳି ଉପରେ କଟକଣା ରହିବ ।

ଗାଇଡ଼ ଲାଇନ ଅନୁଯାୟୀ ନିର୍ଧାରିତ ସଂଖ୍ୟକ କର୍ତା ପୂଜାବିଧି ସମ୍ପୂର୍ଣ୍ଣ କରିବେ, ସେହିପରି ସମସ୍ତ କର୍ତ୍ତା ଙ୍କର ଟିକାକରଣ ମଧ୍ୟ ହୋଇ ସାରିଥିବାର ସୂଚନା ମଧ୍ୟ କମିଟି ସଭାପତି ପ୍ରମୋଦ କୁମାର ଓଝା ସୂଚନା ଦେଇଛନ୍ତି ।

କାରିଗର ମଧ୍ୟ ନିର୍ଧାରିତ ସମୟ ସୀମାକୁ ଦୃଷ୍ଟିରେ ରଖି ଦିନରାତି ମା ଙ୍କର ମୂର୍ତ୍ତି ନିର୍ମାଣ ରେ ଲାଗିପଡିଛନ୍ତି । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାରଣ କରାଯାଇଥିବା ବେଳେ ବିସର୍ଜନ ସମୟରେ ମଧ୍ୟ କଟକଣା ମାନି ବିଧି ସମାପ୍ତ ହେବ ବୋଲି ମୁଖ୍ୟ କର୍ତା ସୂଚନା ଦେଇଛନ୍ତି । ତେବେ ଏହା ଜିଲ୍ଲାର ଏକ ମାତ୍ର କମିଟି ଯେଉଁଠାରେ ମା ଙ୍କ ମୃଣ୍ମୟୀ ପ୍ରତିମା ନବରାତ୍ର ପୂଜା ପାଇଥାନ୍ତି ।

ପାଖେଇ ଆସୁଛି ଦୁର୍ଗାପୂଜା ଚଳ ଚଞ୍ଚଳ ଢେଙ୍କାନାଳ ସହର ସ୍ଥିତ ରାଧାକୃଷ୍ଣ ବଜାର ନବଦୁର୍ଗା ସାଂସ୍କୃତିକ କମିଟି, ଜିଲ୍ଲାର ପ୍ରଥମ ପୂଜା ଅନୁଷ୍ଠାନ ଯେଉଁଠାରେ ମୃଣ୍ମୟୀ ପ୍ରତିମା ଙ୍କ ନବଦୁର୍ଗା ପୁଜା ଅନୁଷ୍ଠିତ ହୋଇଥାଏ ।

new life
You might also like
error: Content is protected !!