News
lipub
samparksetu

ସିମିତିଆ ତୁମେ ନୁହଁ

ତୁମେ ସିମିତିଆ ଝିଅ ନ ହେଲେବି
ମୁଁ ଇମିତିଆ ପୁଅ ବି ନୁହେଁ
ବାଦଲର ରଙ୍ଗ ଚଷମା କହେନା
ନିଜ ରଙ୍ଗ ନିଜେ ବାଦଲ କହେ     ।।

ଏଡେ ପୃଥିବୀରେ କେଡେ ଟିକେ ତୁମେ
ଆଇନାରେ ଥରେ ନିଜକୁ ଦେଖ
ଆକାଶକୁ ଟେକା ମାରିବା ଆଗରୁ
ମାଟିକି ଥରଟେ ପଚାରି ବୁଝ         ।।

ବିକା ମନ ଗୁଡା କିଣିବା ଗରାଖ
ସେତେ ସହଜିଆ ଭାବୁଛ କାହିଁ
ଅଳପ ପଢିକି ବେଶୀ ଗୁଡା ବୁଝା
ନିଜକୁ ଢାଙ୍କୁଛି ନିଜର ଛାଇ        ।।

ବାଣ୍ଟିବାକୁ ଶିଖ ପ୍ରଥମ ଶ୍ରେଣୀ ଠୁଁ
ମନକୁ ଲେଖେଇ ଶ୍ରତ ଲିଖନ
ସମୟକୁ ଛପି ଧର ଆପଣେଇ
ଡାକିକି ଗଡେଇ ଜିତିବା ଦାନ     ।।

ଭଙ୍ଗା ସପନକୁ ଲୁହରେ ଭିଜେଇ
କୋହକୁ ଲୁଚାନା ସିଝିବା ଡରେ
ନିଜକୁ ପଢାଅ ଖୋଲି ପୃଷ୍ଠା ପୃଷ୍ଠା
ବିଶ୍ଵାସକୁ ବିକି ରିହାତି ଦରେ  ।।

✍️ମହେନ୍ଦ୍ର ନଂଦ

new life
You might also like
error: Content is protected !!