News
lipub
samparksetu

ପୁରୁଷ

ତୁମ ଲୁହକୁ ଦେଖନ୍ତି ସମସ୍ତେ
ମୋ ଲୁହକୁ ଦେଖିଛି କିଏ ?
ମୋ ଲୁହ ଯେତେ ହୃଦୟର କୋହ
କହିପାରେନା କାହାରି ମୁହେଁ।

ସଂସାର ବୋଝକୁ ମୁଣ୍ଡରେ ବୋହି
ନିତି ବାଟ ମୁହିଁ ଚାଲୁଥାଏ,
କହନ୍ତି ନାହିଁ କେହି ଆହାଃ ପଦୁଟିଏ
ବୋଝତଳେ ଧରାଶାୟୀ ଯେବେ ହୁଏ।

ମୋତେ ମାପନ୍ତି ଧନସମ୍ପଦ ନିକିତିରେ
ତୁମକୁ ମାପନ୍ତି ସୁନ୍ଦରତାରେ,
ମୁଁ ପାଏନା କେବେ ସେନେହ ଆଦର
ଟଙ୍କା ନାହିଁ ଯଦି ମୋ ପକେଟରେ।

ଦୁଃଖ ମୋ ଅନେକ କୁହେନା କାହାକୁ
ଯଦିବା କେବେ କହିଦିଏ,
ମଦୁଆ,ଗଞ୍ଜୁଆ,ଜୁଆଡ଼ି,ଅକର୍ମା ବୋଲି
ଭରିଜା ଠୁ ଗାଳି ଖାଏ।

ମିଛ ଭଲପାଇବାର ମାୟାଜାଲେ
ମୋତେ ବାନ୍ଧିଦିଆଯାଏ,
ରୋଜଗାର ଦେଖି ପ୍ରିୟ ମଣିଷଟି
ମୋ ଠୁ ଦୁରେଇଯାଏ।

ତୁମରି ଦିନରେ ଶୁଭେଚ୍ଛାର ସୁଅ
ସକାଳରୁ ସଞ୍ଜ ଯାଏଁ,
ମୋ ବେଳକୁ ଏ ପାତରଅନ୍ତର ନୀତି
ମୁଁ କି ମଣିଷ ନୁହେଁ।

ଏଇତ ସମାଜର ମାନସିକତା ଆଜି
କାହାକୁ କହିବ କିଏ,
ମୋ ଦୁଖଃଦୁର୍ଦ୍ଦଶା ରହେ ପରଦା ପଛରେ
କାରଣ ମୁଁ ପୁରୁଷ ଟିଏ।

✍️ଗୋବିନ୍ଦ୍ ଚନ୍ଦ୍ର ପାତ୍ର

new life
You might also like
error: Content is protected !!