News
lipub
samparksetu

ତୁ ଏକା ମୋର ନିଜର

ଶୁଆ କହେ ଶାରୀ ଦେଖିଛୁ କି କହ,
ଅମାବାସ୍ୟା ରେ ତୁ ଜହ୍ନ ?
ହସିଦେଇ ଶାରୀ କହିଲା କି କଥା,
ପାଗଳ ହେଲା କି ମନ।

ଅମାବାସ୍ୟା ରାତି ଘୋର ଅନ୍ଧକାର
କଉଠୁ ଉଇଁବ ଚାନ୍ଦ,
କଳା ରାତି ସେତ ସବୁଠି ଅନ୍ଧାର
ଶୁଭେ ପେଚା ନାନୀ କାନ୍ଦ।

ତୋ ବିନା ଜୀବନ ଅମାବାସ୍ୟା ମୋର
ପାଖେ ଆସି କହେ ଶୁଆ,
ହସି ଦେଇ ଶାରୀ ଟିକେ ଘୁଞ୍ଚି କହେ
ତୁ ପୁରା ମୋ ପ୍ରେମେ ବାୟା।

ଟିକେ ରାଗିଯାଇ ଶୁଆ ଘୁଞ୍ଚିଯାଇ
କୁହନି ମୋତେ ହେ ବାୟା,
ବୁଝିବୁନି ମନେ ପ୍ରେମ ଅଛି କେତେ
କହି କାନ୍ଦିଦେଲା ଶୁଆ।

ଶୁଆ ଲୁହ ଦେଖି ଶାରୀ ମନ ଦୁଃଖେ
କହିଲା କାନ୍ଦୁଛୁ କିଆଁ,
ସବୁ କଥା ଜାଣେ ତ ପ୍ରେମ କୁ ବୁଝେ
ମୋ ହୃଦେ ତ ପ୍ରେମ ନିଆଁ।

ଆମ ଯୋଡି ସତେ କେଡେଯେସୁନ୍ଦର
ନ ଲାଗୁ କାହା ନଜର,
ଏତିକି ରେ ଦୁହେଁ ଦୁହିଁଙ୍କୁ କହିଲେ
ତୁ ଏକା ମୋର ନିଜର
ତୁ ଏକା ମୋର ନିଜର

✍️ ଅବିନାଶ ବେହେରା

new life
You might also like
error: Content is protected !!