News
lipub
samparksetu

ଦାନବର କୀର୍ତ୍ତି
               

ସବା ଉପରେ ବସିଛି ଦାନବ
        ସୁନ୍ଦର ଧରା ବକ୍ଷେ
ପୃଥିବୀର ପ୍ରାଣ ଧରିଛି ମୁଠେଇ
         ଉଡୁଛି ଅନ୍ତରୀକ୍ଷେ।

ଛାଡ଼େ ହୁଙ୍କାର ଭସ୍ମ କରିବ
        କମ୍ପେଇ ଜଳ ସ୍ଥଳ
ଅଛି କାର ବଳ କରିବେ ରକ୍ଷା
       ମନୋହର ମହୀତଳ।

ପ୍ରଳୟ ବିହନ ଭଣ୍ଡାର ରଖି
       ଦର୍ପର ସୀମା ନାହିଁ
ସନ୍ତ୍ରାସେ କମ୍ପେ ଦୂର୍ବଳ ଯେତେ
         କହିବାର କିଛି ନାହିଁ।

ନାହିଁ ପ୍ରତିବାଦ ସର୍ବେ ନୀରବ
        ବଳଶାଳୀ ଙ୍କ ବଳେ
ସଭ୍ୟତା ଆଜି ଗଣଇ ପ୍ରମାଦ
        କି ହେବ ଜଳେ ସ୍ଥଳେ।
               

✍️ଅରୁଣ କୁମାର ମିତ୍ର

new life
You might also like
error: Content is protected !!