News
lipub
samparksetu

ହରି ଭଇର ବାହାଘର


      
ଦୁଇଟି ହୃଦୟ ଗୋଟିଏ ଆତ୍ମାର ମିଳନ
      ନାମଟି ଅଟେ ଏହାର ବାହାଘର
ପବିତ୍ର ବନ୍ଧନ ଆଉ ଏ ପବିତ୍ର ମିଳନ
      ଆମ ହରି ଭାଈ ଓ ସ୍ମୃତିରେଖାର ll

ପସନ୍ଦ ଏ ଯୋଗ୍ୟ ଅଟେ ଆମ ହରି ଭାଈର
     ରୂପରାଜ୍ୟ କନ୍ୟା ସ୍ମୃତିରେଖା ତିରେ
ଗୃହେ ମଧ୍ୟ ସଭିଏଁ କଲେ ସ୍ମୃତିଙ୍କୁ ପସନ୍ଦ
      ମନ ଯୋଡ଼ା ହୁଏ ବିବାହ ବେଦୀରେ ll

ଆଜି ଦୁଇ ହାତ ଯୋଡ଼ା ହେଲା ପ୍ରେମ ବନ୍ଧନେ
    ଅଗ୍ନି,ଦଶ ଦିଗପାଳ ହେଲେ ସାକ୍ଷୀ
ଆଜୀବନ ପାଲଟିଲେ ସୁଖ ଦୁଃଖର ସାଥୀ
   ଦୁହେଁ ହେଲେ ବିଶ୍ୱାସ ପ୍ରେମରେ ଲାଖି ll

ସମ୍ପର୍କ ଯେ ବନ୍ଧା ହେଲା ଏ ଦୁଇଟି ମନର
     ଉପରବାଲା ଗଢିଛି ଏ ବିବାହ
ରେଖା ଟାଣିଲେ ହୃଦୟ ରେଖା ହରିଙ୍କ ଠାବେ
     ରହିବ ଚିର ଏ ସ୍ମୃତିର ପ୍ରବାହ ll

ବରଯାତ୍ରୀ ରୋଷଣୀ ଆସିଲେ ନାଚିଲେ ଧାଇଁ
     ହେଲା କେତେ ଏ ସାଙ୍ଗସାଥୀଙ୍କ ମେଳ
ସମ୍ପର୍କ ପବିତ୍ର ଅଟେ ଅତୁଟ ମିଳନର
     ମଜେ ପୁଣି କଉଡ଼ି ଖେଳିବା ବେଳ ll

     ✍️ତ୍ରିନାଥ ପଟ୍ଟନାୟକ

new life
You might also like
error: Content is protected !!