News
lipub
samparksetu

ଜଗନ୍ନାଥ ତୁମ୍ଭ ଦାନ

ଆହେ ଜଗନ୍ନାଥ ସୃଷ୍ଟି କର୍ତ୍ତା ତୁମ୍ଭେ
           ଗଢିଛ ସୁନ୍ଦର ଧରା
ଅନୁପମା ମୟ ଏସାରା ଜଗତ
           ରାତି ହୁଏ ଦିନ ଖରା।
ତୁମ୍ଭେ ତ ତୋଳିଛ ନିହାଣ ମୁନରେ
           ବିଶାଳ ପୃଥିବୀ ଘର
  ମଣିଷ ଜାତିକୁ ସଂସାରେ ତୋଳିଛ
         ଗୋଟି ଗୋଟି ପରିବାର।
   ଉଦ୍ଭିଦ ଜଗତ ସୃଷ୍ଟିର ଦିଗରେ
      ‌‌    ମା ମାଟି ତୁମ ଦାନ
     ମଳୟ  ପବନେ ବରଷାର ଧାରେ
           ହସେ ବନ ଉପବନ।
  କି ସୁନ୍ଦର ପ୍ରଭୁ ହେ ନୀଳ ଶଇଳ
          ତୁମ୍ଭେ ତ ନଦୀର ଧାର
ସୁଗନ୍ଧ ଫୁଲର ପାଖୁଡ଼ା ମେଲିଛ
            ଇନ୍ଦ୍ରଧନୁ ରଙ୍ଗ   ଗାର।
ତୁମ୍ଭେ ପରା ପ୍ରଭୁ ରାମଚନ୍ଦ୍ର ରୂପେ
         ବୁଲୁଥିଲ ବନସ୍ତରେ
ଶ୍ରୀକୃଷ୍ଣ ରୂପରେ ଲିଳା କରିଥିଲ
       ମଧୁର     ବଂଶୀର ସ୍ଵରେ। 
ତୁମ୍ଭେ ତ ତୋଳିଛ ସୁନ୍ଦର ପୃଥିବୀ
            ଗିରି ଗୋବର୍ଦ୍ଧନ ଭୁଇଁ
ତୁମ୍ଭେ ଯେ ଭୁବନ ଈଶ୍ୱର କରତା
             ଆହେ ଜଗନ୍ନାଥ ସ୍ବାଇଁ।
ମାନବ ଶରୀର ଗଢିଛ ସଂସାରେ
        ତୁମ୍ଭରି ସୃଷ୍ଟି ର ଲିଳା  
ତୁମ୍ଭେ ମୋ ଜୀବନ ହେ କଳାମୋହନ
          ଆହେ ପ୍ରଭୁ ଚକାଡୋଳା।
ଏତିକି ମିନତି ଆହେ ଚକା ଆଖି
        ତୁମ୍ଭେ ତ ଜୀବନ ମୋର 
ଚାହିଁ ଦେଲେ ଥରେ ତୋ ବଡ଼ଦାଣ୍ଡରେ
            ଗାଇବି ଭଜନ ସୂର।
    
✍️ଛବିରାମ ସେଠୀ

new life
You might also like
error: Content is protected !!