News
lipub
samparksetu

କାଳିଆ ଫେରୁଛି ଘର

ଶରଧାବାଲିର ମନୋରମ ଦୃଶ୍ୟ
         ଦେଖୁଛି ନେତ୍ରରେ ଚାହିଁ
ଗୋଟିପହଣ୍ଡି ରେ ଆସୁଛି କାଳିଆ
         ଭକ୍ତ ଗହଳିରେ ରହି।
ଘଣ୍ଟ ହୁଳାହୁଳି ନାଚ କୀର୍ତ୍ତନରେ
         ବିଜେ ହେବେ ଜନ୍ମ ପୀଠେ
  ଆଡ଼ପ ମଣ୍ଡପ ଚନ୍ଦନ ବାସ୍ନାରେ
          ଚଉଦିଗ ଭରି ଫୁଟେ।

ଆହା କି ସୁନ୍ଦର କାଳିଆର ରୂପ
           ଭକ୍ତ ହୃଦୟର ମନେ
ଟାହିଆ କୁ ଦେଖି ମନଯାଏ ଲାଖି
         ଅପୂର୍ବ ମହିମା ତୁମେ ।
ଜଗତର ନାଥ ଆହେ ଜଗନ୍ନାଥ
           ତୁମ୍ଭେ ପ୍ରଭୁ ଚକା ଆଖି
ଆଜି ମୁଁ ଦେଖୁଛି ତୁମ ଅପରୂପ
           ଆହାଃ କି ସୁନ୍ଦର ମୂର୍ତ୍ତି।

ଦହି ପଖାଳ ଯେ ପ୍ରିୟ ଖାଦ୍ୟ ତୁମ
         ଖାଇବ ଭଉଣୀ ମିଶି
ଲକ୍ଷ୍ମୀ ସାଆନ୍ତାଣୀ ଜଗିଛନ୍ତି ବସି
          ଅନ୍ନ ପରଷିବେ ହସି।
       ଭକ୍ତ ହୃଦୟର କାଳିଆ ଠାକୁର         
          ତୁମ୍ଭେତ ଜଗତ ନାଥ
    ସଂସାର ଜନଙ୍କ ରକ୍ଷା କର୍ତ୍ତା ତୁମ୍ଭେ
           ଆହେ ପ୍ରଭୁ ଜଗନ୍ନାଥ।
   
✍️ଛବିରାମ ସେଠୀ

new life
You might also like
error: Content is protected !!