News
lipub
samparksetu

ଅଦୃଷ୍ଟ ଈଶ୍ୱର

ବିଶ୍ୱ ବ୍ରହ୍ମାଣ୍ଡର ବୈଭବ ଠାକୁର
ପରଂବ୍ରହ୍ମ ଜଗନ୍ନାଥ
ଚିର ଜାଗରିତ ଚିନ୍ମୟ ଚେତନା
ତୁମେ ପଞ୍ଚ ମହାଭୂତ ll

ମାଟିରୁ ଆକାଶ ଅନ୍ତୁଡ଼ିରୁ ଜୁଇ
କେବଳ ତୁମେ ହିଁ ତୁମେ
ଅଦୃଷ୍ଟ ଈଶ୍ୱର ପ୍ରଭୁ ପରାତ୍ପର
ବ୍ୟାପୀ ଅଛ ତ୍ରିଭୁବନେ ll

ତୁମ ସର୍ଜନାର ବିନ୍ଦୁଟିଏ ମାତ୍ର
କ୍ଷୁଦ୍ର ମୁଁ ଭକତ ଛାର
ଭାବନାରେ ତଵ ଉବୁଟୁବୁ ହୁଏ
ଭୁଲି ଅସ୍ତିତ୍ୱକୁ ମୋର ll

ତୁମ ଚକା ଆଖି ମୋ ଦୁଇ ଆଖିରେ
ଭରି ଦେଉ ଦିବ୍ୟ ଜ୍ୟୋତି
ସେଇ ଅନ୍ଦାଜରେ ଭିନ୍ନ ଦୃଷ୍ଟି ଢାଳି
ଦେଖିବି ଜଗତ ପ୍ରତି ll

ପ୍ରୀତି ମହ୍ଲାରରେ ପ୍ରତିଛବି ଆଙ୍କି
ଆସ ତୁମେ ସପନରେ
ସେଇ ସମ୍ମୋହନେ ସ୍ପନ୍ଦନ ଖେଳାଇ
ନାଚି ଉଠେ ସହାସ୍ୟରେ ll

ଅଲଭ୍ୟ କରୁଣା ଐଶ୍ଵରୀକ ସତ୍ତା
ପ୍ରାଣେ ପ୍ରାଣେ ଖେଳିଯାଉ
ନରଦେହ ଲଭି ନାରାୟଣ ନାମ
ଭଜି ଭଜି ଦିନ ଯାଉ ll

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!