News
lipub
samparksetu

ଅଚିହ୍ନା ନାୟିକା-୨

ନିତିଦିନ ପରି ଆଜି ବି ମୁଁ ଗଲି
ସେ ଅଚିହ୍ନା ପଥ ଦେଇ,
ପ୍ରତିଦିନ ଭଳି ଅଚିହ୍ନା ପରିକା
ତୁମକୁ ଭେଟିବା ପାଇଁ।

ତୁମକୁ ଦେଖିବାର ଆଶା ନେଇ ମୁଁ
ଆଗକୁ ଆଗକୁ ଗଲି,
ତୁମେ ଆସିଲନି ସଖି ଯେ ଆସିଲା
ଏକୁଟିଆ ହଲି ହଲି।

ଗାଡି ଛିଡ଼ା କଲି ସଖିକୁ ଡାକିଲି
କାହିଁ ଗଲେ ତୁମ ସାଥୀ..?
କଣ ଭାବିଲା କେଜାଣି ସିଏ ମୋତେ
ମୁହଁ ଗଲା ତାର ଶୁଖି।

କଣ ହେଲା ତୁମର ଉତ୍ତର ଦିଅ
କାହିଁ ଆସିଲେନି ସିଏ ?
ପ୍ରତି ଉତ୍ତର ଦେଲା କଣ କହିବି
ହାତ ତା ଭାଙ୍ଗିଛି ହାଏ !

କେମିତି,କେଉଁଠି ହେଲା ଏହି କାଣ୍ଡ
ମୋତେ ଟିକେ ବତାଅ,
ବାଟେ ଯାଉଯାଉ ସିଏ ଗଲା ପଡ଼ି
କାନିରେ ଢାଙ୍କି ତା ମୁହଁ।

ସଖି ଠାରୁ ଏକଥା ଶୁଣିଲା ପରେ
ଦୁଃଖରେ ଆସିଲି ଫେରି,
ଆଶା ଆଜି ମୋର ଆଶାରେ ରହିଲା
ମୁଣ୍ଡ ଲାଗୁଥିଲା ଭାରି।

✍️ଅଜୟ କୁମାର ସାହୁ

new life
You might also like
error: Content is protected !!