News
lipub
samparksetu

ତୁମେ ଆଉ ତୁମେ ହେଇ ନାହଁ

ତୁମେ ପରା ସେହି ମୋ ମନ ମୋହିନୀ
ମୋର ପ୍ରେମର ପ୍ରେୟସୀ,
ଯିଏ ଦିନେ ମୋର ଶୁଖିଲା ଓଠରେ
ଭରିଥିଲା କେତେ ଖୁସି !

ତୁମେ ଥିଲ ସେହି ମଧୁର ରାତ୍ରୀର
ପିରତି ଭରା ନାୟୀକା,
ହାତ ଛାଡ଼ି ଆଜି ହେଇଗଲ ତୁମେ
ଆଉ କାହାର ପ୍ରେମିକା।

ତୁମେ ପ୍ରିୟା ଆଉ ତୁମେ ହେଇ ନାହଁ
ବଦଳିଲ କୁହ କାହିଁ ?
ଏ ବଦଳିବା ଦେଖି କେତେଯେ ପ୍ରଶ୍ନ
ନିଜକୁ ପଚାରେ ମୁହିଁ !

ମନରେ ରହିଛି ଅସୁମାରୀ ପ୍ରଶ୍ନ
ଦେବ କି ତା’ର ଉତ୍ତର ?
ଭସା ବାଦଲଟେ ପରି ତୁମେ ମୋତେ
କାହିଁକଲ ସାତପର ?

ତୁମେ ମୋତେ ଛାଡ଼ିଚାଲିଗଲା ପରେ
ଏକା ଲାଗେ ଦୁନିଆଁରେ,
ତୁମ ସ୍ମୃତି ମୋତେ ନିତି ଜାଳୁଅଛି
ବିରହର  ବେଦନାରେ।

ଜୀବନର ରାସ୍ତା କେତେ କଣ୍ଟକିତ
ଯିଏ ଚାଲେ ତାକୁ ଜଣା,
ତୁମବିନା ସାଥୀ ଏକା ଚାଲୁଚାଲୁ
ହୋଇଯାଏ ବାଟବଣା।

ବିରହ ବେଦନା ସହିହେଉ ନାହିଁ
ଫେରିଆସ ସାଥୀ ତୁମେ,
ନୂତନ ସଂସାର ଗଢ଼ିବା ପାଇଁକି
ସପନ ଦେଖିବା ଆମେ।

ଯେତେ ମୁଁ କାନ୍ଦିଲେ ତୁମେ କି ବୁଝିବ
ମୋ ହୃଦୟର ବେଦନା,
ତୁମେ ପରା ଆଉ ତୁମେ ହେଇ ନାହଁ
ଘାରିଛି ସ୍ବାର୍ଥ ଭାବନା।

ସେଥି ପାଇଁ ମୋର ପ୍ରେମକୁ ଏଡେଇ
ଚାଳିଗଲ ଏକାକରି,
ଏକା ଏକା  ଆଜି ଜିଉଁଛି ଜିଇଁବି
ଛାତିକୁ ପଥର କରି।

✍️ଅଜୟ କୁମାର ସାହୁ

new life
You might also like
error: Content is protected !!