News
lipub
samparksetu

ନବଜାତ ନିଷ୍ପାପ କାମାଗ୍ନିର ଧୂଆଁ

କାମବାସ୍ନାର କମାର ଶାଳ
ଯେତେବେଳେ ଶୀଥିଳ ହୁଏ
ଅଣାୟତ ନିଆଁ ଆଉ ଲୁହାର ସଂଘର୍ଷରେ ଯେତେବେଳେ
ଭଟ୍ଟା ପଡ଼ିଯାଏ
ସେତେବେଳେ ଅଙ୍କୁର ହୁଏ
ଅଲୋଡ଼ା ଅସହାୟ ବେସାହାରା
କଳୀକା ଟିଏ କଳଙ୍କର କାଳିମାରେ ।।

ଜନ୍ମ ପୂର୍ବରୁ ଯାହାର ମୃତ୍ୟୁ ହୁଏ
ଅବା ତା’ର ଷଠୀଘର
ରେଳ ଲାଇନ ଅବା ବୁଦା ଉହାଡ
କେତେବେଳେ ତ ସେ ରାସ୍ତାକଡ଼ର
ଅଳିଆ ଆବର୍ଜନାକୁ
ମା’ର କୋଳ ଭାବି
ବୁନ୍ଦାଏ କ୍ଷୀର ପାଇଁ ବିକଳ ହୁଏ
ସତେ ଯେମିତି ଜଡ ଆବର୍ଜନା
ଜୀବନ୍ତ ହୋଇଯିବ ।।

ସମ୍ଭୋଗ ସାଗରେ ଉତ୍ତେଜନାର
ନିର୍ଦୟ ସୁନାମୀଟା ଯେତେବେଳେ
ଶାନ୍ତ ହୁଏ ସେତେବେଳେ ଅନାଥାଶ୍ରମରେ ଆଶ୍ରିତ ହୁଏ
ନିର୍ଦୋଷ ଆଜୀବନ ଦୋଷୀଟିଏ
ସେ ପୁଣି ଜାରଜର ଜ୍ବାଳାରେ
ଜର୍ଜରିତ ହୁଏ
ସତେ ଯେମିତି ଆଜନ୍ମ ଯାତନାର
ଏକ ଜୀବନ୍ତ ନମୁନା ।।

ସେ ଅଭିଯୋଗ କରେ
ନିଜର ଏ ଦୁର୍ଦ୍ଦଶା ପାଇଁ ଦାୟୀ କିଏ
କୁଆଁ କୁଆଁ ରାବର କରୁଣ ଚିତ୍କାର
ପ୍ରଶ୍ନକରେ ହଁ,,, ହଁ,,,ପ୍ରଶ୍ନକରେ
ସତେ ଯେମିତି ସେ ଅନାଥାଶ୍ରମ
ତା’ ପାଇଁ ଶେଷ ସାହାରା
ଏଇ ବୋଧେ ବାଜିଲାଣି
ମାନବିକତାର ନାଗରା
ନିଃସନ୍ତାନ ଦମ୍ପତ୍ତିଙ୍କ କୋଳେ
ନେଇଛି ସେ ଆସରା,,,,,,,,।।

✍️ ଅର୍ପିତା ପ୍ରଧାନ

new life
You might also like
error: Content is protected !!