News
lipub
samparksetu

” ଜାଣେ ନାହିଁ କେତେ ସତ “

ଜୀବନ ସଉଦା କରିବା ପାଇଁ
ମୁଁ ସମୟ ହାଟକୁ ଗଲି,
ସ୍ବପ୍ନ କୁ କିଣିବି ଚଢ଼ା ଦାମ ଦେଇ
ମନେ ମନେ ଭାବିଥିଲି “1”
ନିନ୍ଦା, ଅପବାଦ, ଶସ୍ତା ରେ ମିଳୁଛି
ସେଠାରେ ଭିଡ଼ ଦେଖିଲି,
ଲୋଭ, ମୋହ, ମାୟା, ସମାନ ରେ ଅଟେ
ଅଳ୍ପ କିଣିବାକୁ ଗଲି “2”
ଅହିଂସା, ଅଧର୍ମ, ପ୍ରାୟ କିଣୁ ଛନ୍ତି ନର
ହାଟରେ ବୁଲି ଦେଖିଲି,
ଅନ୍ୟାୟ, ଅନୀତି, ଅହଂକାର ସବୁ
କିଣିବାକୁ ମନା କଲି “3”
ପୁଣ୍ୟ ଅଟେ ବେଶୀ ଦର
” ମର୍ଯ୍ୟାଦା ” କୁ ଚାହିଁ ବିବେକ କିଣିଲି
‘ ଆଶୀର୍ବାଦ ‘ଟିକେ କିଣି ମୁଁ ଆଣିଲି
ଶାନ୍ତିରେ ରହିବି ବୋଲି “4”
ସମୟ ହାଟରେ ବୁଲି ଦେଖୁଥିଲି
ସ୍ବପ୍ନ ସବୁ ଇତଃ ସ୍ତତଃ,
ଚେନାଏଁ ସ୍ମୃତିକୁ ସାଉଁଟୁଛି ବସି
” ଜାଣେ ନାହିଁ କେତେ ସତ “….!!!!

✍️ଏଲୀ ଦାସ

new life
You might also like
error: Content is protected !!