News
lipub
samparksetu

ଆଖି କଥା କହେ

ମାଁ ର ଆଖି ମମତାରେ ଭରା,
ଭଉଣୀର ଆଖି ସେନେହରେ।

ବାପାଙ୍କ ଆଖି କର୍ତ୍ତବ୍ୟରେ ଭରା,
ଭାଇର ଆଖି ଦାୟିତ୍ୱରେ।

ସ୍ତ୍ରୀର ଆଖି ପ୍ରେମରେ ଭରା,
ସ୍ୱାମୀର ଆଖି ସୁରକ୍ଷାରେ।

ପ୍ରେମିକର ଆଖି ସ୍ୱାର୍ଥରେ ଭରା,
ପ୍ରେମିକାର ଆଖି ଛଳନାରେ।

ଧନୀର ଆଖି ଗର୍ବରେ ଭରା,
ଗରିବର ଆଖି ଆଶାରେ।

ବନ୍ଧୁର ଆଖି ସହଯୋଗରେ ଭରା,
ଶତ୍ରୁର ଆଖି ପ୍ରତିଶୋଧରେ।

ସଂସାରୀର ଆଖି କାମନାରେ ଭରା
ସାଧୁର ଆଖି ଦୟାରେ।

ଗୁରୁଙ୍କ ଆଖି ଶିକ୍ଷାଦାନରେ ଭରା,
ଶିଷ୍ୟର ଆଖି ଜିଜ୍ଞାସାରେ।

ପାଠକର ଆଖି ଆନନ୍ଦରେ ଭରା,
କବିର ଆଖି ଭାବନାରେ।

✍️ଗୋବିନ୍ଦ୍ ଚନ୍ଦ୍ର ପାତ୍ର

new life
You might also like
error: Content is protected !!