News
lipub
samparksetu

ଶେଷ ଶୃଙ୍ଗାର

ମନ ଉପବନେ ମୋ ପ୍ରୀତି ଅଙ୍ଗନେ
ଶେଷ ଶୃଙ୍ଗାରର ଚିହ୍ନ
ଶ୍ରବଣରେ ବାଜେ ଭକ୍ତି ରସାଣିତ
ସୁମଧୁର ବଂଶୀ ସ୍ଵନ ll

ତୁମ ପାଇଁ ପ୍ରଭୁ ସଜେଇ ରଖିଛି
ମୋ ହୃଦୟ ସିଂହାସନ
ଧୀର ପାଦପାତେ ସୁପ୍ତ ବା ଜାଗ୍ରତେ
ଆସ ପ୍ରଭୁ ନାରାୟଣ ll

ମଳିନ ପଡିନି ଶେଷ ଶୃଙ୍ଗାର ମୋ
ତୁମ ପଥ ଅଛି ଚାହିଁ
ରାଧାରାଣୀ ନୁହେଁ ମୀରା ବି ମୁଁ ନୁହେଁ
ମାୟା ଜଗତର ଛାଇ ll

ତପନ ଲୁଚିଲେ ବାଦଲ ଉହାଡ଼େ
ଅଦୃଶ୍ୟ ହୋଇବ ଛାୟା
ତଥାପି ଏ ମନ ଦ୍ରୁତ ଗତିଶୀଳ
ମରୀଚିକା ପଛେ ବାୟା ll

ବାନ୍ଧିଦିଅ ପ୍ରଭୁ ଶ୍ରଦ୍ଧା ଶିକୁଳିରେ
ତୁମ ପ୍ରେମ ବନ୍ଦୀଶାଳେ
ଧନ୍ୟ ହେଉ ଛାର ଏ ନର ପରାଣ
ଭିଜୁଥାଉ ଭକ୍ତି ଜଳେ ll

ସେଇ ମିଳନରେ ଶୃଙ୍ଗାର ମୋହର
ହଜିଯାଉ ଚିର ଦିନ
ଅଲଭ୍ୟ ପ୍ରାପ୍ତିରେ ଉତଫୁଲ୍ଲିତ ହେଉ
ଏଇ ମନ ବୃନ୍ଦାବନ ll

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!