News
lipub
samparksetu

ଗାଆଁ ରୁ ସହର ସାଜ ସଜା ନେଇ ଆସେ ମକର

ଆଲୋ ବଉଳ….
ଗାଆଁ ରୁ ସହର,
ସାଜ ସଜା ନେଇ ଆସେ ମକର 
ପାହାନ୍ତି କାକର
ହୁଏ ଲୋ ଉଜ୍ଜର
ସୂରୁଜ କିରଣ  ପୁଣି ବକର,
ନଟେଇ ର ଗୁଡ଼ି
ଚାହେଁ ଦି ଘଡି
ଖୁସି ରେ ନାଚେ ବଣ ବିଲ ପ୍ରାନ୍ତର

ସକାଳୁ ସକାଳୁ
ଗାଧେଇ ପାଧେଇ
ରାଶି ଲଗେଇବା ସାରା ଶରୀର ,
ଭଜା ନରିକେଳ
ଅରୁଆ ଚାଉଳ
ଗୁଡ଼ ମିଶା ଭୋଗେ ବାସେ ମନ୍ଦିର

ଚାଷୀ ର ଅମଳ
ଖୁସି  ର ଫସଲ
ପୁରି ଉଠେ ପଲ୍ଲୀ ଅଗଣା ଘର,
ଚଉରାଅଶୀ ଭୋଗ
ଶିରି କ୍ଷେତ୍ରେ ଯୋଗ
ନାଲି  ଉଠେ ହସେ କଳା ଠାକୁର

✍️ନାୟକ ଅକ୍ଷୟ ରାଜହସ୍ତୀ

new life
You might also like
error: Content is protected !!