News
lipub
samparksetu

ଫେରିଆ ମୋ ଧନରେ

ମୋ ଧନରେ
କେମିତି ଭୁଲିବି ଏ ଦିନକୁ କହ
ଆଜି ପରା ସେହି ଦିନରେ,
ମୋ କୋଳ କରିଥିଲୁ ପୂର୍ଣ୍ଣରେ
ମୋ ଧନରେ………!

ତୁ ଆଜି ନାହୁଁ ସ୍ମୃତି ତୋର ଅଛି
ଭୁଲିନି ଦୁଃଖିନୀ ମାଆରେ,
ଝୁରିହୁଏ ରାତି ଦିନରେ
ମୋ ଧନରେ……..!

କେଉଁଆଡେ ଗଲୁ ଏକା କରିଦେଲୁ
ଖୋଜୁଛି ତୋତେ ତୋ ମାଆରେ,
ଫେରିଆ ଫେରିଆ ସୁନାରେ
ମୋ ଧନରେ……..!

କେମିତି କହିବି ବଞ୍ଚିଛି କିପରି
ତୋ ବିନା ଆଜି ମୁଁ ଧନରେ,
ନିର୍ଲଜ ଏଇ ଜୀବନରେ
ମୋ ଧନରେ………..!

କେତେ ସ୍ନେହମନେ ଆୟୁଷ ତୋ ନାମ
ରଖିଥିଲୁ ଧନ ଆମେରେ,
ଅଳ୍ପାୟୁ ହେଲୁୁ ତୁ କାହିଁରେ..?
ମୋ ଧନରେ…..!

ରାକ୍ଷୀ ବାନ୍ଧିବାକୁ କେହିନାହିଁ ବୋଲି
ଅଝଟ କରୁ ମୋ ପାଖରେ,
ମନେପଡେ ସେହି ଦିନରେ
ମୋ ଧନରେ…….!

ଆଜି ଯେତେବେଳେ ଭଉଣୀ ଅଛନ୍ତି
ତୁହି ନାହୁଁ ତାଙ୍କ ପାଖରେ,
ଛାତି ଫାଟିଯାଏ ଦୁଃଖରେ
ମୋ ଧନରେ……!

ଗଲାପରେ ତୁହି ଯୋଡ଼ିଏ ଅଛନ୍ତି
କୋଳ ମୋର ଶୂନ୍ୟ ଲାଗେରେ,
ତୁ ନାହୁଁ ବୋଲି ପାଖରେ
ମୋ ଧନରେ……..!

ଆକୁଳ ମିନତି କରୁଣ କାନ୍ଦଣା
ପଡେନାହିଁ କି ତୋ କାନରେ..?
ଡାକୁଛି ତୋତେ ତୋ ମାଆରେ
ଫେରିଆ ଫେରିଆ ଧନରେ……!!


✍️ଲୀନା ବେହେରା

new life
You might also like
error: Content is protected !!