News
lipub
samparksetu

ସବୁଠୁ ସୁନ୍ଦର

ଆକାଶ କେତେ ସୁନ୍ଦର ଦିଶେ
ତା ଦେହେ ଯେବେ ତାରା ଟି ହସେ…
    ଟିକିଟିକି ହେଇ ସେ ପୁଟନ୍ତି..
ମିଟିମିଟି କରି ଚାହଁ ଥାଆନ୍ତି!
 
ଆକାଶେ ହେବେ ଜହ୍ନ ଉଏଁରେ
   କଇଁ ଭଲପାଏ ତାକୁ କେତେରେ!
ଜହ୍ନକୁସମସ୍ତେ ଡାକନ୍ତି ମାମୁଁ
ସଭିଏଁ ଚିହଁନ୍ତି ପିଲାଟି ଦିନୁ!

ଛୋଟ ପିଲାଯେବେ କାନ୍ଦନ୍ତି
ମାମୁଁକୁ ଦେଖାଇ ତୁନି କରନ୍ତି!
ପାଠ ପଢି ଆମେ ମଣିଷ ହେବା
ଆକାଶେ ଦିନେ ଉଡି ଶିଖିବା!

ଜହ୍ନରେ ଯାଇ ତୋଳିବା ଘର
ଜାଣିବା ତାହାର କେତେ ଆକାର
ଏମିତି ସୁନ୍ଦର ଯିଏ ଗଢିଛି
ତା ପାଦେ କୋଟି ପ୍ରଣାମ କରୁଛି…..

✍️ଶୁଭସ୍ମିତା ଦାସ

new life
You might also like
error: Content is protected !!