News
lipub
samparksetu

ଧନ୍ୟ ହେ ମଣିଷ, ଧନ୍ୟ ତୋର ମନ

ଗତ କାଲି ରାତି ଥାଉ ଥାଉ,
ପାହାନ୍ତି ପହରେ,
ସରୋବର ଆଉ ନଦୀ କୂଳେ,
ଜମିଥିଲା ଭିଡ ଖାଲି,
ପୂଣ୍ୟ ଅରଜିବା ପାଇଁ,
କଦଳୀ ପାଟୁକା ଓ ଶୋଲ ନିର୍ମିତ,
ରଙ୍ଗ ବେରଙ୍ଗର, ଡଙ୍ଗା ସବୁ ମାଳମାଳ,
ଧର୍ମ ମାସେ ସଭିଏଁ ବ୍ୟାକୁଳ,
କର୍ଣ୍ଣେ ଗୁଞ୍ଜରିତ କୀର୍ତ୍ତନର ସ୍ୱର,
ଆଉ ତା ସାଙ୍ଗକୁ ଖୋଳ କରତାଳ।

ମସ୍ତକରେ ଚନ୍ଦନ ଲେପନ,
ଧୂପ ଆଉ ଦ୍ଵୀପ ପ୍ରଜ୍ବଳନ,
ଅର୍ଦ୍ଧ ନିମୀଳିତ ଚକ୍ଷୁ ସଙ୍ଗେ,
ଆଶୁତୋଷ ଧ୍ୟାନ।
କାହା ମନେ ନାହିଁ ଟିକେ,
ଗର୍ବ ଅଭିମାନ।
ଆଜି ପ୍ରଭାତରୁ କିନ୍ତୁ,
ସମସ୍ତ ପଟ୍ଟ ପରିବର୍ତ୍ତନ।

ସର୍ବଶ୍ରେଷ୍ଠ ଧାର୍ମିକ ମାନବ,
ଛାଗଳ କୁକୁଟ ବଧି, ସାଜିଛି ଦାନବ।
ପଶୁ ମାଂସ ଭକ୍ଷିବାକୁ, ରହିଥିଲା ଟାକି,
ଦିନ ଗଣୁଥିଲା ଖାଲି,
ଛାଡଖାଇ ଆଉ କେତେ ଦିନ ବାକି।

ଜୀବ ମାରି, ସେ ଜୀବକୁ,
କରିଲେ ଭକ୍ଷଣ,
ଈଶ୍ବରଙ୍କ ପାଶେ ଦେଇ,
ପଶୁ ବଳିଦାନ,
ମୁର୍ଖ ମନୁଷ୍ୟ ଭାବୁଛି,
ଅର୍ଜୁଅଛି ପୂଣ୍ୟ।
ଧନ୍ୟ ତୋର ମନ,
ହେ ବିଚିତ୍ର ମନୁଷ୍ୟ,
ଧନ୍ୟ ତୋର ମନ!

✍️ପ୍ରଦୀପ୍ତ ଆଚାର୍ଯ୍ୟ

new life
You might also like
error: Content is protected !!