News
lipub
samparksetu

ଅଛୁଆଁ

ମଣିଷକୁ ଯଦି      ମଣିଷ ଛୁଇଁଲା
        କେଉଁବାଟେ ଗଲା ଜାତି
ଏ ତ ଅନ୍ଧ ବୁଝାମଣା ନୀତି,,,,,,,
ଆଜିବି ସମାଜେ ଚାଲିଛି ଏ ରୀତି
ଭାବିଦେଲେ ଥରେ ଏ ବିଷୟରେ
ମନ ବିଦ୍ରୋହ କରେ ଅତି
ମଣିଷକୁ ଯଦି    ମଣିଷ ଛୁଇଁଲା
କେଉଁବାଟେ ଗଲା ଜାତି
ଏ ତ ଅନ୍ଧବୁଝାମଣା ନୀତି,,,,,,!!

ଶବ ତ ନୁହନ୍ତି       ଜିଅନ୍ତା ମଣିଷ
    ତଥାପି ଛୁଇଁଲେ ଗାଧେଇବ
ସମାଜ ଆଖିରେ   ଆଜି ସେମାନ
     ଜୀଇଁ ଥାଉ ଥାଉ ଶବ
ଆମ ସମାଜର ଚିନ୍ତାଧାରାରେ
କେବେ ସୁଧାର ଆସିବ
ସତରେ ସେମାନେ
ଜୀଇଁ ଥାଉ ଥାଉ ଶବ,,,,,,,,,!!

ଜାତି ଜନ୍ମରୁ ନୁହେଁ କର୍ମରୁ ନିର୍ଦ୍ଧାରିତ
ତଥାପି ସେମାନେ
ଜନ୍ମରୁ ଅଛୁଆଁ ରୋଗରେ ପୀଡିତ
ଆରେ ବ୍ରାହ୍ମଣ ଯଦି ପାଣ ଘରେ ଖାଏ
ତା’ର ଜାତି ଚାଲି ଯାଏ
ତେବେ ହରିଜନ ଯଦି
ବ୍ରାହ୍ମଣ ଘରେ ଖାଇବ
ତା’ର ଜାତି ଉଚ୍ଚ ହୋଇବ ନିଶ୍ଚିତ
ଜାତି ଜନ୍ମରୁ ନୁହେଁ କର୍ମରୁ ନିର୍ଦ୍ଧାରିତ!!

✍️ଅର୍ପିତା ପ୍ରଧାନ

new life
You might also like
error: Content is protected !!