News
lipub
samparksetu

ରଖିବା ତ୍ରିରଙ୍ଗା ଟେକ

ଭାରତ ମାତାର ଜୟଗାନ କରି
     ରଖିବା “ତ୍ରିରଙ୍ଗା “ଟେକ
ଅଗଷ୍ଟ ପନ୍ଦର ପାଳନରେ ଆଜି
         ଶୁଣି ମାଆ ମାଟି ଡାକ।
କେତେ ଯେ ଶହିଦ୍ ହୋଇଛନ୍ତି ବୀର
          ଦେଶ ସ୍ଵାଧୀନତା ପାଇଁ
ତାଙ୍କରି ନାମକୁ ସ୍ମରଣ କରିବା
       ଜାତିର ଜନକ ଥାଇ।

ଅତୀତର କଥା ହୁଏ ମନେ ବ୍ୟଥା
       ଶକ୍ତିର ସଂଚାର ହୁଏ
ମାତୃଭୂମିର ସ୍ବାଧୀନତା କଥା
     ଇତିହାସ ଆମ କୁହେ।
ଭାରତର ପ୍ରଜ୍ଞା ମହାତ୍ମା ଗାନ୍ଧୀ ଯେ
        ମହାନ୍ ପୁରୁଷ ହୋଇ
ସାହସ ପ୍ରତୀକ ଆଜାଦ୍ ହିନ୍ଦ୍
        ସୁବାସ ବୋଷଙ୍କ ପାଇଁ।

ଦେଶ କରିଛନ୍ତି ପୂର୍ଣ୍ଣ ସ୍ଵାଧୀନତା
       ଦେଇ ନିଜେ ଆତ୍ମବଳୀ
ମୃଦୁ ମଳୟରେ ଉଡୁଛି ତ୍ରିରଙ୍ଗା
       ମୁକ୍ତ ଆକାଶରେ ଖେଳି।
ସ୍ୱାଭିମାନ ଶିରେ ଆମ ଏ ପତାକା
        ଚକ୍ର ଚିହ୍ନିତ ନାମେ
ମାଆ ମାଟିର ସେ ଅମୃତ ପରଶେ
      ପ୍ରଗତି ର ଶୁଭ ଦିନେ।

ଦେଶର ସୁରକ୍ଷା ଜନନୀର ରକ୍ଷା
       ବୀର ଜବାନଙ୍କ ବଳେ
ଶହିଦ୍ ବୀରଙ୍କ ଶ୍ରଦ୍ଧାଞ୍ଜଳୀ ଏହି
       ଦେଉଛୁ ତ୍ରିରଙ୍ଗା ତଳେ।
ଏତିକି ପ୍ରାର୍ଥନା ଛାମୁରେ କରୁଛି
       ଆମ ଏ ପତାକା ତଳେ
ଆଶିଷ ଦିଅନ୍ତୁ ସୁସ୍ଥରେ ବଂଚିବା
     ସତ୍ୟ ନିଷ୍ଠା ସେବା ବଳେ।
    
✍️ଛବି ରାମ ସେଠୀ

new life
You might also like
error: Content is protected !!