News
lipub
samparksetu

ପ୍ରଥମ ପୂଜ୍ୟ ଗଣପତି

ଆସିଲା ଶାରଦୋତ୍ସବ ଶୀଘ୍ର ଶୁଭାରମ୍ଭ
ଗଜାନନ ଆଗରେ କାହାରି ଚଳିବନି ଦମ୍ଭ।
ସର୍ବ କ୍ଷେତ୍ରେ ସର୍ବ ଅଗ୍ରେ ପୂଜ୍ୟ ସିଦ୍ଧିଦାତା
ଶାରଦୀୟ ପର୍ବାରମ୍ଭେ ବିନାୟକଙ୍କ ଯାତ୍ରା।

ଭଗବାନ ଗଣେଶ ବାବା ଆସୁଛନ୍ତି ମର୍ତରେ
ତାଙ୍କ ପରେ ଦେବାଦେବୀ ସମସ୍ତେ ଧରାରେ।
ଅନୂପମ ଅପରୂପ ପ୍ରକୃତି ଶୋଭିତ
ବରଷାର ଉତ୍ତର କାଳେ ଶରତ ଉପସ୍ଥିତ।
ଅନନ୍ତ ଆଶାରେ ବସି ମର୍ତ୍ତ୍ୟଲୋକେ ଲୋକ
ସିଦ୍ଧି ବୁଦ୍ଧି  ଶାନ୍ତି ସମୃଦ୍ଧି ଆଉ ସୁଖ।

ଆସ ଆସ ଗଣପତି ହେ କୃପାସାଗର
ପ୍ରଥମେ ତୁମରି ଦୟା  ଆଶୀର୍ବାଦ ଆସର।
ଫଳେ ଫୁଲେ ଶସ୍ୟ ଶ୍ଯାମଳେ କର ପୂର୍ଣ୍ଣ
ପୂନରୁଜ୍ଜୀବିତ କର ଧରା ଜରାଜୀର୍ଣ୍ଣ।

✍️ଅରୁଣ କୁମାର ମିତ୍ର

new life
You might also like
error: Content is protected !!