News
lipub
samparksetu

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗଦାଶିଳା ବ୍ରାହ୍ମଣିଆପାଳ ରାସ୍ତାର ଗଞ୍ଜରା ଆମ୍ବ ବଗିଚା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବ୍ରଜନାଥପୁର ଗ୍ରାମର ଦୀପକ ଧଳ ଏବଂ ବ୍ରାହ୍ମଣିଆପାଳ ଗ୍ରାମର ମକରା ନାଏକ ମୋଟର ସାଇକେଲରେ ଗଦାଶିଳା ଆସୁୂଥିବା ବେଳେ ଏକ ଅଜଣା ଗାଡି ଧକ୍କା
ଦେଇ ଚାଲିଯାଇଥିଲା ।

ଫଳରେ ଦୀପକ ଧଳଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ମକରା ଗୁରୁତର ଆହାତ ହୋଇଥିଲେ । ଖବର ପାଇ ରାସୋଳ ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଦୁର୍ଘଟଣାରେ ଆହତ ମକରାକୁ ଚିକିତ୍ସାପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଳରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!