News
WhatsApp Image 2023-10-04 at 17.25.00
samparksetu

ମୃତ୍ୟୁ ସହ ଲଢେଇ କରୁଥିବା ମେଧାବୀ ଛାତ୍ରୀ ପ୍ରିୟଦର୍ଶନୀ ସାହୁ ଙ୍କୁ ମିଳିଲା ସହାୟତା

ସ୍ୱପ୍ନ ଥିଲା ପାଠ ପଢି ଡାକ୍ତର ହେବାର । ଜୀବନରେ ସଂଘର୍ଷ ମଧ୍ୟ ଚାଲିଥିଲା l ଜଣେ ମେଧାବୀ ଛାତ୍ରୀ ହୋଇ ମନ ଦେଇ ପାଠ ମଧ୍ୟ ପଢୁଥିଲେ ହେଲେ ଏବେ ଦୁଇଟି ଯାକ କିଡନୀ ଖରାପ ପାଇଁ ଜୀଵନ ମରଣ ସହ ଲଢେଇ କରୁଛନ୍ତି ।

ଘଟଣାଟି ହେଉଛି ,ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ ଅନ୍ତର୍ଗତ ଓସ୍ତପାଳ ଗ୍ରାମର ଗୋବିନ୍ଦ ସାହୁ ଙ୍କ ଝିଅ ପ୍ରିୟଦର୍ଶନୀ ସାହୁ l ବାପା ତାଙ୍କର ଖଟିଖିଆ ଦିନ ମଜୁରିଆ ପରର ମୁଲ ଲାଗିଲେ ଘରେ ଚୁଲୀ ଜଳେ l ବୋଧେ ଏଇ କଥା ପିଲାବେଳୁ ପ୍ରିୟଦର୍ଶନିଙ୍କୁ ବାଧ୍ୟ କରିଛି ଭଲ ପାଠ ପଢି ମଣିଷଟିଏ ହେବାପାଇଁ l ହେଲେ ବିଧିର ବିଧାନ ରେ ବୋଧେ ସେକଥା ନାହିଁ l

ପିଲାବେଳୁ ଭଲ ପାଠ ପଢି ମେଧାବୀ ଛାତ୍ରୀ ଟିଏ ହୋଇ ପରୀକ୍ଷା ରେ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ କରୁଥିବା ପ୍ରିୟଦର୍ଶନୀ ଏବେ ଜୀବନ ମରଣ ଖେଳ ରେ ଲଢେଇ କରୁଛନ୍ତି l ପ୍ରିୟଦର୍ଶିନୀଙ୍କ ମା’ ପପୀନା ସାହୁ କୁହନ୍ତି ବହୁ ଧାର ଉଦ୍ଧାର କରି ଝିଅର ଚିକିତ୍ସା ଦୁଇ ବର୍ଷ ହେଲା କଲୁଣି l ଡାକ୍ତର କହୁଛନ୍ତି ନୂତନ କିଡନୀ ପ୍ରତିରୋପଣ ହେଲେ ହୁଏତ ପ୍ରିୟଦର୍ଶିନୀ ବଞ୍ଚି ଯାଇ ପାରନ୍ତି l

ମା’ ପାପୀନା ସାହୁ ଝିଅକୁ ତାଙ୍କର ଗୋଟିଏ କିଡନୀ ଦେଇ ଭଲ କରିବା ପାଇଁ ନିଷ୍ପତି ମଧ୍ୟ ନେଇଛନ୍ତି l ଡାକ୍ତର କହିଛନ୍ତି ଦଶ ରୁ ବାର ଲକ୍ଷ ଖର୍ଚ୍ଚ ହେବ । ତେବେ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କୁ ଜିଲ୍ଲାପାଳ ରେଡ଼କ୍ରସ ପାଣ୍ଠି ରୁ ୨୫୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!