News
lipub
samparksetu

ଗଁଦିଆ ଅଂଚଳରେ ମାତିଛନ୍ତି ପାଣି ପମ୍ପ ଲୁଟେରା !

ଗଁଦିଆ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇଛି ମଟର ପମ୍ପ ଚୋର ମାନଙ୍କର ଦୋୖରାତ୍ମ୍ୟ ,ଯାହାଫଳରେ ପୋଲିସ ଆଖିରୁ ନିଦ ହଜି ଯାଇଛି । ଗଁଦିଆ ଥାନାର ପାଖପାଖ ଅଂଚଳ ଗୁଡିକରୁ ଏହି ଚୋରି ଚାଲିଛି ,ପୋଲିସ ଚୋର ଧରିବାରେ ଏକ ପ୍ରକାର ବିଫଳ ହୋଇ ବସିରହିଛି ।

ଚଳିତ ମାସ ୧୩ ତାରିଖରେ ରାତିରେ ଲୁଟେରା ମାନେ ଗଁଦିଆ ପାଣି ପମ୍ପ ରୁ ସବୁ ବିଦ୍ୟୁତ ତାର କାଟି ନେଇଥିବା ଜଣାଯାଇଅଛି ସେହିପରି ଅଙ୍କୁର୍ଦ୍ଦ। ରେ ବସା ଯାଇଥିବା ପାଣିମଟର ଓ ମେଡିକାଲ ଛକ ଠାରେ ନିତ୍ୟାନନ୍ଦ ବେହେରା ଙ୍କର ଗୋଟିଏ ପମ୍ପ ଚୋରି ହୋଇଥିବାର ଜଣାଯାଇଅଛି l

ଏହା ପୁର୍ବରୁ ମହାଦେବ ସୋସାଇଟିର ସୁରପ୍ରତାପ ରାଜକିଶୋର ପୁର ଠାରେ ଥିବା ୨ପମ୍ପ ମଧ୍ୟ ଚୋରି ହୋଇଛି । ସ୍ଥାନୀୟ ପୋଲିସର ଅପାରଗତାର ସୁଯୋଗ ନେଇ ରାତି ସମୟରେ ଏହି ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବାର ସହିତ ବିଭନ୍ନ ସ୍ଥାନ ମାନଙ୍କରୁ ମଟର ପମ୍ପ ଚୋରି କରୁଛନ୍ତି ,ତତ ସହିତ ଆଡ଼ି ବନ୍ଧ ଗୁଡିକରେ ଲଗାଯାଇଥିବା ଲୁହା କବାଟ ଗୁଡିକୁ ମଧ୍ୟ ଛାଡିନାହାନ୍ତି ।

ତାହାକୁ ସବୁ ତାଡିକରି ନେଇଯାଇଛନ୍ତି ,ଏତେ ସବୁ କାଣ୍ଡ କାରଖାନା ପରେ ମଧ୍ୟ ପୋଲିସ କିପରି ଏହି ଲୁଟେରା ଗ୍ୟାଙ୍ଗର ସନ୍ଧାନ ପାଇବାରେ ବିଫଳ ହୋଇଛି ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଗଁଦିଆ ଅଂଚଳର ଜନତା ଅନେକ ସମୟରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।

new life
You might also like
error: Content is protected !!